ପାଟକୁରାରେ ୩୦୯ଟି ଭୋଟ୍ ଦାନ କେନ୍ଦ୍ର ସ୍ଥାପନ

କେନ୍ଦ୍ରାପଡା() ଆଜି ସରିଲା ପାଟକୁରା ନିର୍ବାଚନ ପାଇଁ ପ୍ରଚାର । ଆଉ ଗୋଟିଏ ଦିନ ପରେ ଭୋଟ ପ୍ରଦାନ କରିବେ ପାଟକୁରାବାସୀ । ତେବେ ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି ।

ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥି ମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ବିଜେଡି ପ୍ରାର୍ଥୀ ରହିଛନ୍ତି । ପାଟକୁରାର ୨୮୭ଟି ସ୍ଥାନରେ ମୋଟ୍ ୩୦୯ଟି ଭୋଟ୍ ଦାନ କେନ୍ଦ୍ର ସ୍ଥାପନ ହୋଇଛି । ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ ସାବ୍ୟସ୍ତ କରିପାରିବେ ମତଦାତା ।ସେହିଭଳି ଭୋଟ୍ ଗ୍ରହଣ ବ୍ୟବସ୍ଥାକୁ ସୁରୁଖୁରରେ ଚଳାଇବା ପାଇଁ ୬୩୨ ଜଣ ପୋଲିଂ ଅଧିକାରୀ ମହଜୁଦ୍ ରହିବେ । ୪୦ଟି ସିସିଟିଭି ମଧ୍ୟ ଲଗାଯାଇଛି । ଆଉ ସବୁଠାରୁ ଗୁରୁପୂର୍ଣ୍ଣ ବିଷୟ ହେଲା କି, ମୋଟ୍ ୩୦୯ ପୋଲିଂ ଷ୍ଟେସନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ସରଞ୍ଜାମ ସହ ଜରୁରୀକାଳୀନ ବ୍ୟବହାର ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 − 1 =