ଆଜି ହେବନି ଆସ୍ଥା ଭୋଟ

ବାଙ୍ଗାଲୋର()  ସରୁନି କର୍ଣ୍ଣାଟକ ନାଟକ । ଆଜି ହେବନି ଆସ୍ଥା ଭୋଟ।ବିଧାନସଭାକୁ ଆସନ୍ତା କାଲି ସକାଳ ୧୧ଟା ଯାଏଁ ମୁଲତବୀ ରଖାଯାଇଛି । କୁମାରସ୍ୱାମୀଙ୍କ ସରକାର ଆଜି ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟପାଳ ନିର୍ଦ୍ଦେଶକୁ ବେଖାତିର କରି ଆସନ୍ତା କାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି।ବାଚସ୍ପତିଙ୍କ ନିଷ୍ପତି ପରେ ବିଜେପି ବିଧାୟକମାନେ ଗୃହରେ ହଙ୍ଗାମା କରିଛନ୍ତି । ରାଜ୍ୟପାଳଙ୍କ ନିୟମ ନ ମାନିଥିବାରୁ ବାଚସ୍ପତିଙ୍କ ବିରୋଧରେ ବିଜେପି ସଦସ୍ୟ ନାରାବାଜି କରିବା ସହ ନିଷ୍ପତିକୁ ବିରୋଧ କରିଛନ୍ତି ।

କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ଭାଲା ବାଚସ୍ପତି ରମେଶ କୁମାରଙ୍କୁ ଆଜି ଦିନ ଶେଷ ସୁଦ୍ଧା ସରକାରକୁ ନେଇ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଦିନ ଶେଷ ସୁଦ୍ଧା ସରକାର ଆସ୍ଥା ପ୍ରମାଣ ଦିଅନ୍ତୁ । କିନ୍ତୁ ଆଜି ହେବନି ଆସ୍ଥା ଭୋଟ

Share

Leave a Reply

Your email address will not be published. Required fields are marked *

five × 4 =