କଟକ,ଭୁବନେଶ୍ୱରରେ ଲାଗୁ ହେବ ଧାରା୧୪୪

ଭୁବନେଶ୍ୱର: ନାଇଟ୍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।ତେବେ ଏହି ଧାରା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହନ୍ତ ଲକଡାଉନ୍ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡାକଡି କରିବା ଲକ୍ଷ୍ୟରେ ଆଜି ରାତି ୯ ଟା ଠାରୁ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ବୋଲି କୁହାଯାଇଛି ।ତେବେ କର୍ଫ୍ୟୁ ସମୟରେ ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟାତ କରିପାରିବେ ।

ନାଇଟ୍‌ କର୍ଫ୍ୟୁ ପାଇଁ ମୋଟ୍‌ ୧୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ତା’ଛଡା ରାଜଧାନୀରେ ମୋଟ୍‌ ୨୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ବ୍ଲକିଂକରି ଯାଞ୍ଚ କରିବ । ଜରୁରୀ କାମ ବିନା ଯଦି କୌଣସି ବ୍ୟକ୍ତି ସହରରେ ବୁଲୁଥିବେ, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମା ଶଙ୍କର ଦାଶ ସ୍ପଷ୍ଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 3 =