ଏଣିକି ୬ରୁ ୯ଯାଏଁ ପାର୍କ ଖୋଲା

ଭୁବନେଶ୍ବର()  ରାଜ୍ୟର ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ଏପରି ସମୟରେ ପରିବର୍ତ୍ତନ କରାଯାଇଛି । ଯାହା ଦ୍ୱାରା ଲୋକମାନେ ନିଜ କର୍ମମୟ ଜୀବନରୁ ବାହାରି କିଛି ଅବସର ସମୟକୁ ମନରଞ୍ଜନ କରିବାରେ କିମ୍ବା ବ୍ୟାୟାମରେ ବ୍ୟବହାର କରିପାରିବେ । ଏହା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିପାରିବ ।

ପାର୍କର ଆଧୁନିକୀକରଣ ତଥା ସମସ୍ତ ପାର୍କରେ ଖୋଲା ଜିମ, ପିଲାଙ୍କ ପାଇଁ ଖେଳ ଉପକରଣ ଆଦି ବ୍ୟବସ୍ଥା ପାଇଁ ସବୁ ପୈାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଲିଖିତ ଭାବେ ଖୋଲା ରହିବାର ସମୟ ଓ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ କରାଯିବ ।

Share

Leave a Reply

Your email address will not be published. Required fields are marked *

ten + 10 =