ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ବର()  କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ।ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଅଣାଯିବ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ପଞ୍ଚାୟତ କାର୍ୟ୍ୟାଳୟଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ଟଙ୍ଗା ଯାଇଛି । ତେବେ ଯେଉଁ ଯୋଗ୍ୟ ଓ ଯେଉଁ ମାନେ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ଆବେଦନ କରି ପାରିବେ । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

କାଳିଆ ଯୋଜନାରେ ୫୧ ଲକ୍ଷ ଯୋଗ୍ୟ ହିତାଧିକାରୀ ସାମିଲ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମାମାତ୍ର ଏବଂ ୧୪ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ କାର୍ୟ୍ୟାଳୟ ଆଗରେ ଯୋଗ୍ୟ ହିତାଧରିକ ତାଲିକା ଟଙ୍କା ଯାଇଛି । ଯେଉଁମାନେ ନିଜକୁ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁ ଛନ୍ତି ସେମାନେ ଏଥିପାଇଁ ଆବେଦନ କରି ନିଜର ନାଁ ପ୍ରତ୍ୟାହାର କରିପାରିବେ । କୃଷି ବିଭାଗ ଦ୍ୱାରା ଦିଆଯାଇଥିବା ୱେବ୍‌ ସାଇଟ www.kalia.co.in ଜରିଆରେ ଆବେଦନ କରିହେବ ।

Share

Leave a Reply

Your email address will not be published. Required fields are marked *

one × three =