କଂଗ୍ରେସର ଅଧ୍ୟକ୍ଷ ନାଟକ

ନୂଆଦିଲ୍ଲୀ() ନିର୍ବାଚନର ଦୁଇମାସ ପରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଖୋଜିବା କାମ ଏବେ ଧିମେଇ ଯାଇଛି । କାରଣ ଅନେକ କଂଗ୍ରେସ ନେତା ଦଳର କ୍ଷମତାଡୋରି ଗାନ୍ଧୀ ପରିବାର ବାହାରେ କୌଣସି ନେତାଙ୍କୁ ଦେବାପାଇଁ ରାଜି ନଥିବାରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ହାତରେ ଏହା ଅର୍ପଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଲାଣି ।

ଏଥିପାଇଁ ଦୁଇଜଣ ବରିÂ କଂଗ୍ରେସ ନେତା ଦାବି କରିବା ମଧ୍ୟ ଆରମ୍ଭ କରିଦେଲେଣି । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ବରିÂ ନେତା ଶ୍ରୀପ୍ରକାଶ ଜୟସ୍ୱାଲ ଓ ଓଡ଼ିଶାର କଂଗ୍ରେସ ନେତା ଭକ୍ତଚରଣ ଦାସ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷା କରିବା ଦାବି କରିସାରିଲେଣି ।

ଭକ୍ତଙ୍କ କହିବା ଅନୁସାରେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଦାୟିତ୍ୱ ଦେବା ପାଇଁ ଅନେକ କର୍ମକର୍ତ୍ତା ଦାବି କରୁଛନ୍ତି । କିନ୍ତୁ କର୍ମୀମାନଙ୍କର ଏହି ଦାବି ସଠିକ ଫୋରମରେ ପହଞ୍ଚôପାରୁନାହିଁ । ଏଥିପାଇଁ ମୁଁ ସେହି ଲୋକମାନଙ୍କ କଥାକୁ ଉଠାଇଛି । ଭକ୍ତଙ୍କ ଭଳି ଉତ୍ତରପ୍ରଦେଶ ନେତା ଶ୍ରୀପ୍ରକାଶ ଜୟସ୍ୱାଲ ମଧ୍ୟ ପ୍ରିୟଙ୍କାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ପରୋକ୍ଷରେ ପ୍ରିୟଙ୍କାଙ୍କ ଉଦେ୍ଧଶ୍ୟରେ ଯୁବ ଅଧ୍ୟକ୍ଷ କଥା ଉଠାଇସାରିଛନ୍ତି ।

ଦଳରେ ନିଜ ଜୀବନ ବିତାଇଥିବା କଂଗ୍ରେସ ନେତାମାନେ ଭଲଭାବେ ଜାଣିଛନ୍ତି ଯେ, ଗାନ୍ଧୀ ପରିବାର ବିନା ଦଳର କୌଣସି ସ୍ଥିତି ରହିବ ନାହିଁ । ଯଦି ଗାନ୍ଧୀ ପରିବାରରୁ କୌଣସି ନେତା କଂଗ୍ରେସ ଅଧ୍ୟକ୍ଷ ନହୁଅନ୍ତି ତେବେ କର୍ଣ୍ଣାଟକ, ଗୋଆ ଓ ଗୁଜୁରାଟରେ ଦଳର ବିଧାୟକମାନେ ଯେପରି ଦଳଛାଡି ଚାଲିଯାଉଛନ୍ତି ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ।

Share

Leave a Reply

Your email address will not be published. Required fields are marked *

19 − 9 =