ନିଶା ରାକ୍ଷସ କବଳରେ ମହିଳା

ନୂଆଦିଲ୍ଲୀ() ଦେଶର ମହିଳାମାନେ ଏବେ ଅଧିକରୁ ଅଧିକ ସଂଖ୍ୟାରେ ନିଶା କବଳକୁ ଚାଲି ଯାଉଛନ୍ତି । ଏହି ନିଶା ମଧ୍ୟରେ ବିଡି, ସିଗାରେଟ, ମଦ, ଗଞ୍ଜେଇକୁ ଛାଡି ବ୍ରାଉନସୁଗାର ମଧ୍ୟ ମହିଳାମାନେ ସେବନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆ ସଂସଦରେ କହିଛନ୍ତି । ଏଭଳି ମହିଳାଙ୍କ ସଂଖ୍ୟା ୫୦ଲକ୍ଷରୁ ଅଧିକ ହେବ ବୋଲି ସେ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ।

ନେସନାଲ ଡ୍ରଗ୍ ଡିପେଡାନ୍ସ ଟ୍ରିଟମେଣ୍ଟ (ଏନ୍ଡିଡିସି) ହେଉଥିବା ଏମ୍ସ ଅନୁସାରେ ୨୦୧୯ରେ ୯୦ଲକ୍ଷ ମହିଳା ମଦ ପିଉଥିବାବେଳେ ୪୦ଲକ୍ଷ ମହିଳା ଗଞ୍ଜେଇ, ୨୦ଲକ୍ଷ ମହିଳା ଅଫିମ ସେବନ କରୁଛନ୍ତି । ଏହି ମହିଳାଙ୍କ ବୟସ ୧୦ରୁ ୭୫ ବର୍ଷ ମଧ୍ୟରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏନ୍ଡିଡିସି ରିପୋର୍ଟ ଅନୁସାରେ ଦେଶରେ ପ୍ରାୟ ୧୬କୋଟି ଲୋକ ମଦ ପିଉଛନ୍ତି । ଏଥିରେ ଛତିଶଗଡ, ତ୍ରିପୁରା, ପଞ୍ଜାବ, ଅରୁଣାଚଳପ୍ରଦେଶ ଓ ଗୋଆରେ ମଦ୍ୟପାନ ପ୍ରଚଳନ ଅଧିକ ବୋଲି କୁହାଯାଇଛି । ଏହି ୧୬କୋଟି ଲୋକଙ୍କ ମଧ୍ୟରୁ ୩୦% ଦେଶୀମଦ ପିଉଛନ୍ତି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ବୟାନରେ କହିଛନ୍ତି ଯେ, ଦେଶର ସମସ୍ତ ରାଜ୍ୟର ମହିଳାମାନେ ମଦ୍ୟପାନ କରୁଛନ୍ତି । ୧୬ଜଣ ମହିଳାଙ୍କ ମଧ୍ୟରୁ ଜଣେ ମଦ ନିଶାରେ ଅଭ୍ୟସ୍ତ ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ୫ଜଣ ମଦୁଆ ପୁରୁଷଙ୍କ ତୁଳନାରେ ଜଣେ ମହିଳା ମଦ୍ୟପାନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅରୁଣାଚଳ ପ୍ରଦେଶ ଓ ଛତିଶଗଡର ମହିଳାମାନେ ମଦ ପିଇବା କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ।

୨୦୧୯ ଫେବୃଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୧୮୬ଟି ଜିଲ୍ଲାରୁ ୨ଲକ୍ଷ ୧୧୧ଟି ପରିବାର ସହିତ ସମ୍ପର୍କ କରାଯାଇଥିଲା । ଏହି ସର୍ଭେ ଅନୁସାରେ ୨୦୦୪ ତୁଳନାରେ ବର୍ତ୍ତମାନ ଅଧିକ ସଂଖ୍ୟାରେ ମହିଳାମାନେ ନିଶାଗ୍ରସ୍ତ ହେବାକୁ ଅଫିମ ବ୍ୟବହାର କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 18 =