ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ମାତ୍ ଦେଲା ଭାରତ

ନୂଆଦିଲ୍ଲୀ () ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ରାହୁଲ ଓ ଶ୍ରେୟସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି ଟିମ୍ ଇଣ୍ଡିଆ ।

ଟସ୍ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କୋହଲି ।ଭାରତ ପକ୍ଷରୁ ଚହଲ, ବୁମରାହ, ଦୁବେ, ଶାର୍ଦ୍ଦୁଳ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ରୋହିତ ଶର୍ମା ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ଓ କେ.ଏଲ ରାହୁଲ ଇନିଂସ ସମ୍ଭାଳିଥିଲେ । ଏହା ଭିତରେ କେ.ଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିବା ସହ ପ୍ୟାଭିଲିୟନ ଫେରିଥିଲେ । ରାହୁଲଙ୍କ ପରେ ପରେ କୋହଲି ମଧ୍ୟ ୪୫ ରନ୍ କରି ଆଉଟ ହୋଇଥିଲେ । ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ପାଳି ସମ୍ଭାଳିଥିଲେ । କ୍ରିଜରେ କିଛି ସମୟ ରହିବା ପରେ ଆରମ୍ଭ କରିଥିଲେ ଛକା ଓ ଚୌକାର ବର୍ଷା । ମାତ୍ର ୨୯ ବଲରୁ ୫୮ ରନର ଦମଦାର ଇନିଂସ ଖେଳି ଭାରତକୁ ଦେଇଥିଲେ ବଡ ବିଜୟ ।

Share

Leave a Reply

Your email address will not be published. Required fields are marked *

fourteen − thirteen =