ଶସ୍ତା ହେବ ଲୋନ ଇଏମଆଇ

ନୂଆଦିଲ୍ଲୀ()  ଶସ୍ତା ହେବ ଆପଣଙ୍କ ଲୋନ୍, ଇଏମଆଇ ଆହୁରି କମିବ । କାରଣ ଆରବିଆଇ ରେପୋ ରେଟ୍ ୨୫ବେସିକ୍ ପଏଣ୍ଟ କମାଇଛି । ଏହାସହ ରେପୋ ରେଟ୍ ୫.୧୫ରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ଭିତରେ ଆରବିଆଇ ପଞ୍ଚମଥର ଲାଗି ରେପୋ ରେଟ୍ କମାଇଛି । ଏହାସହ ରିଭର୍ସ ରେପୋରେଟକୁ ୪.୯ ପ୍ରତିଶତ କରଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ଆରବିଆଇ ବିଭିନ୍ନ ବ୍ୟାଙ୍କକୁ ଋଣ ଦିଏ ତାହାକୁ ରେପୋ ରେଟ୍ କୁହାଯାଏ । ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣେ ତାହାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ କମିଯିବା ଫଳରେ ସମସ୍ତ ବ୍ୟାଙ୍କ ଋଣ ଉପରେ ସୁଧ ହାର ମଧ୍ୟ କମିପାରେ । ଫଳରେ ଗୃହ ଋଣ, ଗାଡି ଋଣ, ପରସନାଲ୍ ଲୋନ୍ ସହ ଅନ୍ୟ ସମସ୍ତ ପ୍ରକାର ଋଣ ଉପରେ ବ୍ୟାଙ୍କ ମାନେ ସୁଧ ହାର କମାଇପାରନ୍ତି । ଆରବିଆଇର ନୂଆ ମୁଦ୍ରା ନୀତି ସାଧାରଣ ଗ୍ରାହକଙ୍କୁ ଲାଭ ଦେବ ।

Share

Leave a Reply

Your email address will not be published. Required fields are marked *

18 − 5 =