ନବୀନଙ୍କ ଲୋକପ୍ରିୟତାର ପ୍ରମାଣ : ବିଜାତଳାରେ ବାଜି ମାରିଲା ବିଜେଡି

ଭୁବନେଶ୍ବର () ବିଜାତଳାରେ ବାଜି ମାରିଲା ବିଜେଡି । ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ପ୍ରାୟ ସାଢେ ତିନି ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କୁ 4212 ଖଣ୍ଡ ଭୋଟରେ ହରାଇଛନ୍ତି । ଆଜି ଏହି ଉପନିର୍ବାଚନର ଫଳାଫଳ ପୁଣି ଥରେ ମୟୁରଭଂଜ ଜିଲ୍ଲାରେ ବିଜେଡିର ସଙ୍ଗଠନ ମଜବୁତ ହୋଇଥିବାର ସୂଚନା ଦେଇଛି ।

ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା । ମତଦାନ ହାର ୭୭.୯୬ ପ୍ରତିଶତ ଥିଲା । ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବିଜେଡି, ବିଜେପି ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଏହି ଆସନଟିକୁ ହାତେଇବାକୁ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା ।

ସ୍ବାଧୀନତା ପରଠାରୁ ଏହି ଆସନଟି କେବେ ବି ତତ୍କାଳୀନ ଜନତା ଦଳ କିମ୍ବା ବିଜୁ ଜନତା ଦଳ ଦଖଲକୁ ଆସିନଥିଲା । ପ୍ରଥମ ଥର ପାଇଁ ଏହି ଆସନରୁ ବିଜେଡି ବିଜୟୀ ହୋଇଛି ।  ଏହି ଆସନଟି ଗତ ଦୁଇଟି ନିର୍ବାଚନରେ ବିଜେପି ଓ ତା ପୂର୍ବରୁ ଜେଏମଏମ ଦଖଲରେ ଥିଲା ।  ଗତ ନିର୍ବାଚନରେ ବିଜେପି 7ହଜାର ଭୋଟ ପାଇଥିଲା ବେଳେ ବିଜେଡି 3ହଜାର ଓ ଜେଏମଏମ 5ହଜାର ଭୋଟ ପାଇଥିଲା ।  ଝାରଖଣ୍ଡରେ ବିଜେପି ସରକାର ଗଠନ ହେବା ପରଠାରୁ ବିଜାତଳାରେ ବିଜେପି ଫାଇଦା ନେଉଥିଲା । କିନ୍ତୁ ଏହି ଉପନିର୍ବାଚନରର ଫଳାଫଳ ପ୍ରମାଣିତ କରୁଛି ଯେ, ବିଜେଡି ସହ ବିଜେପି କିମ୍ବା ଅନ୍ୟ କୌଣସି ଦଳ ଆସନ୍ତା ସାଧାରଣ ନିର୍ବାଚନରେ ଆଦୌ ତୁଳନୀୟ ହେବେ ନାହିଁ ବୋଲି ଦାବି କରିଛନ୍ତି ଦଳର ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ସାଧାରଣ ସଂପାଦକ ଡକ୍ଟର ଅରୁଣ ସାହୁ । ଏହି ନିର୍ବାଚନରେ ବିଜେପିକୁ ଅନୁକମ୍ପା ଭୋଟ ମଧ୍ୟ କୌଣସି ସହାର୍ଯ୍ୟ କରିପାରିନାହିଁ ।

ମୟୁରଭଂଜ ଜିଲ୍ଲାରେ ଗତ ପଂଚାୟତ ନିର୍ବାଚନରେ 56ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ 49ଟି ବିଜେପି ଦଖଲରେ ଥିବା ବେଳେ ବିଜେଡି 5ଟି, ଜେଏମଏମ ଗୋଟିଏ ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ । ମୋଟାମୋଟି ଭାବେ ଦେଖିବାକୁ କଲେ ପୂରା ଜିଲ୍ଲା ବିଜେପି କବଜାକୁ ଚାଲିଯାଇଥିଲା । କିନ୍ତୁ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ବିଜେଡିର ଏକ ପ୍ରଭାବୀ ଟିମ ଗତ 6 ମାସ ହେଲା ଜିଲ୍ଲାରେ ବିଜେଡିର ସଂଗଠନକୁ ପୁର୍ନଜୀବିତ କରିବାକୁ ଅଣ୍ଟାଭିଡିଥିଲେ । ଅରୁଣ ସାହୁ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ବ୍ୟୋମକେଶ ରାୟ ଦିନ ରାତି ଏକ କରି ଦଳ ପାଇଁ ନିଜର ସବୁ କୌଶଳ ଆପଣେଇଥିଲେ । ବିଜେପିର ମିଛ ପ୍ରଚାର ଏବଂ ଲୋକଙ୍କୁ ବିଭ୍ରାନ୍ତ କରାଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି । ଧିରେ ଧିରେ ବିଜେଡିର ସାଂଗଠନିକ ଶକ୍ତି କ୍ରିୟାଶିଳ ହେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚିବାରୁ ବିଜେଡି ପୁଣି ଥରେ ମୟୁରଭଂଜରେ ଭୋଟରଙ୍କ ଆସ୍ଥାଭାଜନ ହୋଇଛି ।

ସେହିପରି ପାଲଲହଡା, ମାହାଙ୍ଗା, ପୋଲସରା, ରାୟଗଡା, ଭାପୁର, ବୋରିଗୁମା, ନନ୍ଦପୁର, ବଣାଇଗଡ ବ୍ଲକର ଗୋଟିଏ ଲେଖାଏଁ ପଂଚାୟତ ଓ ଢେଙ୍କାନାଳ ସଦର, ଜୁନାଗଡ ବ୍ଲକର ଦୁଇଟି ଲେଖାଏଁ ପଚାୟତରେ ଅନୁଷ୍ଠିତ ସରପଂଚ ଉପନିର୍ବାଚନ ଏବଂ ରେମୁଣା, ହିଂଜିଳିକାଟୁ, ବଡଚଣା, ଖଜୁରୀପଡା, ଉମରକୋଟ, ଲାଠିକଟା ବ୍ଲକର ଗୋଟିଏ ଲେଖାଏଁ ପଂଚାୟତ ଓ ମୁନିଗୁଡା ବ୍ଲକର ଦୁଇଟି ପଂଚାୟତରେ ଅନୁଷ୍ଠିତ ସମିତି ସଭ୍ୟ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି ।

2017 ପଂଚାୟତ ନିର୍ବାଚନ ପରେ ଅନୁଷ୍ଠିତ କୌଣସି ଗୋଟିଏ ହେଲେ ଉପନିର୍ବାଚନରେ ବିଜେଡି ହାରିନାହିଁ । ଏହା ପ୍ରମାଣିତ କରୁଛି ଯେ, ରାଜ୍ୟବାସୀଙ୍କ ମନ ଓ ହୃଦୟରେ ବିଜେଡି ପାଇଁ ସମର୍ଥନ ରହିଛି । ବିଜେପିର ମିଶନ 120 ପ୍ଲକ ଏକ ମରିଚିକା ସଦୃଶ । ଏଭିଳି ଦାବିର କୌଣସି ଆଧାର ନାହିଁ ବୋଲି କହିଛନ୍ତି ବିଜେଡି ନେତାମାନେ ।

Share

Leave a Reply

Your email address will not be published. Required fields are marked *

seven + 6 =