ରିଲିଜ୍ ହେଲା ‘ନୋଟ୍ବୁକ୍’ର ନୂଆ ଗୀତ

ସଲମାନ୍ ଖାନ୍ଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’ ଏବେ ଚର୍ଚ୍ଚାରେ। ଫିଲ୍ମରେ ନୂଆ କଳାକାରମାନେ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି। ‘ନୋଟ୍ବୁକ୍’ ଜରିଆରେ ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ବହଲ ଓ ଜାକିର ଇକ୍ୱାଲ ଡେବ୍ୟୁ କରିବେ। ଏବେ ଏହି ଫିଲ୍ମର ଏକ ଗୀତ ରିଲିଜ୍ ହୋଇଛି ଯାହାକି ଫିଲ୍ମର ପ୍ରଡ୍ୟୁସର ସୁପରଷ୍ଟାର ସଲମାନ୍ ଖାନ୍ ନିଜେ ଗାଇଛନ୍ତି। ଗୀତଟିର ନାଁ ରହିଛି ‘ମେଁ ତାରେ’। ଦର୍ଶକଙ୍କ ଦ୍ୱାରା ଏହାକୁ ଖୁବ୍ ପସନ୍ଦ କରାଯାଉଛି।
ପାଖାପାଖି ୩ ମିନିଟର ଏହି ଗୀତରେ ସଲମାନ ନିଜର କଣ୍ଠ ଦେଇଛନ୍ତି। ଜଣାଇଦେବାକୁ ଚାହୁଁ ଯେ ଏହା ପ୍ରଥମଥର ନୁହେଁ । ଏହା ପୂର୍ବରୁ ମଧ୍ୟ ସଲମାନ ବହୁ ଫିଲ୍ମରେ ଗୀତ ଗାଇଛନ୍ତି। ଏହା ପୂର୍ବରୁ ସେ ‘ସୁଲତାନ୍’, ‘ବଡିଗାର୍ଡ଼’, ‘କିକ୍’ ଓ ‘ହିରୋ’ ଆଦି ଫିଲ୍ମରେ ଗୀତ ଗାଇସାରିଛନ୍ତି। ଗୀତଟିକୁ ମନୋଜ ମୁଁତଜିର ଲେଖିଥିବାବେଳେ ବିଶାଲ ମିଶ୍ରା କମ୍ପୋଜ୍ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

8 + twelve =