ହୋଲି ପାଳିବେନି ନବୀନ

ଭୁବନେଶ୍ବର () ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଉତ୍ସବ ପାଳନ କରିବେ ନାହିଁ । ପୁଲୱାମା ସହିଦଙ୍କ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ହୋଲି ଉତ୍ସବରୁ ଦୂରେଇ ରହିବେ । ଏହିଦୃଷ୍ଟିରୁ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି  ।

ପୁଲୱାମାରେ ହୋଇଥିବା ଆତଙ୍କୀ ହାମଲାରେ ଦେଶର 40ରୁ ଉର୍ଦ୍ଧ୍ବ ଜବାନ ସହିଦ ହୋଇଥିଲେ । ସେମଧ୍ୟରେ ଓଡିଶାର ମଧ୍ୟ ଦୁଇ ଜଣ ସହିଦ ଥିଲେ । ରଙ୍ଗ ଓ ଭାଇଚାରାର ପର୍ବ ହୋଲିର ଅଳ୍ପ କିଛି ଦିନ ପୂର୍ବରୁ ଘଟିଥିବା ଏଭଳି ଘଟଣା ସାରା ଦେଶକୁ ଶୋକାକୂଳ କରିଥିଲା । ତେଣୁ ସେହି ବୀର ସହିଦଙ୍କ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ହୋଲି ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + ten =