ପୁରୀରୁ ଲଢିବେନି ମୋଦି, ପ୍ରକାଶ ପାଇଲା 184 ପ୍ରାର୍ଥୀ ତାଲିକା

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ଓଡିଶାର ପୁରୀ ଲୋକସଭା କ୍ଷେତ୍ରରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ହେଉଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ପ୍ରଧାନମନ୍ତ୍ରୀ ପୁରୀରୁ ଲଢିବେ ନାହିଁ । ସେ ଉତ୍ତରପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢିବେ । ସେହିଭଳି ଦଳର ରାଷ୍ଟ୍ରୀୟ ସଭାପତି ନିଜ ରାଜ୍ୟ ଗୁଜୁରାଟର ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦ୍ବିତା କରିବେ ।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆସାମ, ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ, କେରଳ, ମଣିପୁର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଓଡିଶାର 10ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ବାଲେଶ୍ବରରୁ ଲୋକସଭା ଆସନରୁ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦୁଝରରୁ ଅନନ୍ଦ କୁମାର ନାଏକ, ସୁନ୍ଦରଗଡରୁ ଜୁଏଲ ଓରାମ, ଢେଙ୍କାନାଳରୁ ରୁଦ୍ର ନରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ବରରୁ ଅପରାଜିତା ଷଢଙ୍ଗୀ, ଆସିକାରୁ ଅନିତା ପ୍ରିୟଦର୍ଶିନୀ ଓ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ପ୍ରାର୍ଥୀ ହୋଇଛନ୍ତି । ଆଜି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏହି ତାଲିକା ପ୍ରକାଶ ପାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କୋରାପୁଟ ଓ କଳାହାଣ୍ଡି ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇନି ।

Share

Leave a Reply

Your email address will not be published. Required fields are marked *

four × five =