ରବିବାରରେ ବି ମିଳିବ ଜଗା ଦର୍ଶନ

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକ ଏଜେଣ୍ଡାରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ତା ବ୍ୟତୀତ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ଉଠାଇବା ନଉଠାଇବା ନେଇ ସେବାୟତ ନିଯୋଗ ମୁଖିଆମାନଙ୍କ ସହ ଆଲୋଚନା କରାଯିବ । ଛତିଶା ନିଯୋଗର ପରାମର୍ଶ ତଥା ସହମତି ମିଳିଲେ ରବିବାର ଦର୍ଶନ ବନ୍ଦ କଟକଣାକୁ ହୋଲି ସୁଦ୍ଧା ଉଠାଇ ନେବାକୁ ବୈଠକରେ ନିଷ୍ପତ୍ତି ହୋଇପାରେ ।

ବୈଠକ ଏଜେଣ୍ଡାର ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବିଷୟ ଉପରେ ଆଲୋଚନା ହେବାର ଆଭାସ ମିଳିଛି । ତା ବ୍ୟତୀତ ଶ୍ରୀମନ୍ଦିର ନୀତି ଓ ଦର୍ଶନ ଶୃଙ୍ଖଳା ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ତର୍ଜମା କରାଯିବ । ପୂର୍ବ ଘୋଷଣା ମୁତାବକ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ଦ୍ୱାରଫିଟା ଓ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେଉଛି କି ନାହିଁ ତାହାର ବି ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ଆଠ ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରବିବାର ଦର୍ଶନ ବନ୍ଦ ହଟାଇବା ପ୍ରସଙ୍ଗରେ ଆଲୋଚନା କରାଯିବ ।

Share

Leave a Reply

Your email address will not be published. Required fields are marked *

fifteen + nineteen =