ଜାମ୍ମୁ-କାଶ୍ମୀର:ଏନକାଉଣ୍ଟରରେ ଚାରି ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରରେ ତିନିରୁ ଚାରିଟି ଅଞ୍ଚଳରେ ଏନକାଉଣ୍ଟର ଖବର ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ଵାରା ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। କାଶ୍ମୀରର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ ୪-୫ ସ୍ଥାନରେ ଜମ୍ମୁକାଶ୍ମୀର ପୋଲିସ ଓ ସେନା ତରଫରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୁଲୱାମାରେ ଜଣେ ପାକିସ୍ତାନୀଙ୍କ ସମେତ ଜୈଶର ୨ ଆତଙ୍କବାଦୀ, ଗନ୍ଦରବଲ ଏବଂ ହନ୍ଦଓ୍ବାରାରେ ଲଶ୍କରର ଜଣେ ଲେଖାଏଁ ଆତଙ୍କବାଦୀ ନିହତ ହୋଇଛନ୍ତି। ହନ୍ଦଓ୍ବାରା ଏବଂ ପୁଲୱାମାରେ ଏନକାଉଣ୍ଟର ଶେଷ ହୋଇଛି | ଜଣେ ଆତଙ୍କବାଦୀଙ୍କୁ ଜୀବନ୍ତ ଗିରଫ କରିବାରେ ମଧ୍ୟ ସେନାକୁ ସଫଳତା ମିଳିଛି ।

ଗତକାଲି ରାତିରେ ଜାମ୍ମୁ କାଶ୍ମୀରର ପୁଲୱାମାର ଚେୱାକାଲାନ ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା | ଯେଉଁଥିରେ ଜଣେ ପାକିସ୍ତାନୀ ସମେତ ଜୈଶ-ଏ-ମହମ୍ମଦଙ୍କର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଯାହା ପରେ ଏନକାଉଣ୍ଟର ଶେଷ ହୋଇଥିଲା | ଆଜି ସକାଳେ ଗନ୍ଦରବଲର ସେରାଚ ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଲଶ୍କର ଆତଙ୍କବାଦୀ ନିହତ ହୋଇଥିଲା। ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ଅପରେସନ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

13 − twelve =