କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର

ନୂଆଦିଲ୍ଲୀ()   କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି । ଡିସେମ୍ୱର ମାସରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ନଭେମ୍ୱର ମାସରେ ସମୁଦାୟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ଏକାଠି ହୋଇଥିଲା । ସେହିପରି ଡିସେମ୍ୱର ମାସରେ ଏହି ସଂଖ୍ୟା ୧,୦୩,୧୮୪ କୋଟି ଟଙ୍କା ରହିଛି ।
ତିନି ମାସର ଅନ୍ତରାଳ ପରେ ନଭେମ୍ୱର ମାସରେ ପୁଣି ଥରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ପାର କରିବା ପରେ ସରକାରଙ୍କୁ ରାଜକୋଷୀୟ ସ୍ତରରେ ଆଶ୍ୱସ୍ତି ମିଳିଥିଲା । ନଭେମ୍ୱର ମାସରେ ଦେଶର ରାଜକୋଷୀୟ କ୍ଷତି ବଜେଟରେ ନିର୍ଦ୍ଧାରିତ ଲକ୍ଷ୍ୟର ୧୦୨ ପ୍ରତିଶତ ପହଞ୍ଚିଥିଲା । ଆର୍ଥିକ ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜସ୍ୱରେ ବୃଦ୍ଧି ହେବା ଉପରେ ସରକାରଙ୍କ ପାଖରେ ଖର୍ଚ୍ଚ ପାଇଁ ଅଧିକ ଟଙ୍କା ରହିବ, ଯାହା ବିକାଶକୁ ଅଧିକ ଗତି ପ୍ରଦାନ କରିବ ।

Share

Leave a Reply

Your email address will not be published. Required fields are marked *

1 − one =