ପ୍ରଥମଥର ଭାରତୀୟ ନୋଟ୍‌ରେ କେବେ ଛପା ଯାଇଥିଲା ଗାନ୍ଧିଜୀଙ୍କ ଫଟୋ, ଜାଣନ୍ତୁ

ନୂଆଦିଲ୍ଲୀ () ସର୍ବ ପ୍ରଥମେ ୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛପା ଯାଇଥିଲା । ଏହି ବର୍ଷ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଥିଲା । ଏହି ନୋଟରେ ଗାନ୍ଧୀଙ୍କ ପଛପଟେ ସେବାଗ୍ରାମ ଆଶ୍ରମର ଫଟୋ ମଧ୍ୟ ଥିଲା । ଯେତେବେଳେ ପ୍ରଥମଥର ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛପା ଯାଇଥିଲା ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଏଲ କେ ଝା ଆଇବିଆଇ ଗଭର୍ନର ଥିଲେ।

୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବାପରେ ଅନୁଭବ କରାଯାଇଥିଲା ଯେ ଭାରତୀୟ ନୋଟରୁ ବ୍ରିଟିଶ କିଙ୍ଗ ଜର୍ଜଙ୍କ ଫଟୋ ହଟାଇ ମହାତ୍ମା ଗାନ୍ଧୀ ଫଟୋ ଲଗାଯିବା ଉଚିତ । କିନ୍ତୁ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ତତ୍କାଳୀନ ସରକାରଙ୍କୁ ସମୟ ସରକାର ଥିଲା । ଅରବିଆଇ ପ୍ରଥମଥର ଗାନ୍ଧୀଙ୍କ ଫଟୋ ଥିବା ୧୦୦ ଟଙ୍କିଆ ନୋଟ ୧୯୬୯ ମସିହାରେ ପେଶ କରିଥିଲା । ଏହାପରେ ୧୯୮୭ ମସିହାରେ ଗାନ୍ଧିଜୀଙ୍କ ହସୁଥିବା ଫଟୋ ୫୦୦ ଟଙ୍କିଆ ନୋଟରେ ପେଶ କରାଯାଇଥିଲା । ଏହାପରେ ଗାନ୍ଧୀଙ୍କର ଏହି ଫଟୋ ଅନ୍ୟ ନୋଟରେ ମଧ୍ୟ ବ୍ୟବହାର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

five × two =