ଓଡିଶା ନୁହେଁ, ଓଡିଶାବାସୀଙ୍କ ଭୋଟ ବିଜେପି ପାଇଁ ମୂଲ୍ୟବାନ

ବିପର୍ଯ୍ୟୟ ସମୟରେ ଦେଖା ମିଳିଲାନି, ଏବେ ଭୋଟ ପାଇଁ ଘନଘନ ଆସୁଛନ୍ତି ମୋଦି : ନବୀନ

ଜଗତସିଂହପୁର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁରରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଓଡିଶା ଓ ଓଡିଶାବାସୀଙ୍କ ବିକାଶ ବିଜେପି ପାଇଁ ମୁଲ୍ୟବାନ ନୁହେଁ । ଓଡିଶାବାସୀଙ୍କ ଭୋଟ ବିଜେପି ପାଇଁ ମୁଲ୍ୟବାନ ବୋଲି କହି ନବୀନ ବିଜେପିକୁ ସମାଲୋଚନା କରିଛନ୍ତି ।

ଜଗତସିଂହପୁରକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ନବୀନ ଏରସମା ଠାରେ ଏକ ସାଧାରଣ ସଭାରେ କହିଥିଲେ ଯେ, ଓଡିଶାବାସୀ ନୁହେଁ, ଓଡିଶାବାସୀଙ୍କ ଭୋଟ ବିଜେପି ପାଇଁ ମୂଲ୍ୟବାନ । ଭୋଟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ 10 ଥର ଓଡିଶା ଆସିଲେଣି । କିନ୍ତୁ ଓଡିଶାବାସୀଙ୍କ ଦୁଃଖ ସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ 5 ବର୍ଷରେ ଥରୁଟିଏ ବି ସମୟ ଦେଇ ପାରିଲେନି ।

ସେ କହିଥିଲେ ଯେ, ଏରସମା ଆସିଲେ 1999 ମହାବାତ୍ୟାର ସ୍ମୃତି ତାଙ୍କ ମନକୁ ଆସିଥାଏ । ସେତେବେଳେ ସାରା ଓଡିଶା ଛାରଖାର ହୋଇଯାଇଥିଲା । ବହୁ ଧନଜୀବନ ନଷ୍ଟ ହୋଇଥିଲା । ତାହା ଥିଲା ମୋ ଜୀବନରୁ ସବୁଠାରୁ ବଡ ଦୁଃଖର ସମୟ । ମୁଁ ସଙ୍କଳ୍ପ କରିଥିଲି “ଭବିଷ୍ୟତରେ ଏଭଳି ପରିସ୍ଥିରେ ଗୋଟିଏ ବି ଜୀବନ ଯେପରି ନଷ୍ଟ ନ ହେବ ସେଥିପାଇଁ କାମ କରିବି” । ଆଜି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରେ ଦେଶରେ ଏକ ଆଦର୍ଶ ରାଜ୍ୟ । ବିପର୍ଯ୍ୟୟ ପରିଚାଳନାରେ ଭଲ କାମ ପାଇଁ ଜାତିସଂଘ ଆମକୁ ସ୍ବୀକୃତି ଦେଇଛି ।

ଓଡିଶାକୁ ମୋଦିଙ୍କ ଅବହେଳାର ଉଦାହାରଣ ଦେବାକୁ ଯାଇ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଜୀ ଅକ୍ଟୋବର 14, 2014ରେ ଆନ୍ଧ୍ରପ୍ରଦେଶ ଯାଇଥିଲେ ହୁଡହୁଡ ପାଇଁ । 2017 ଅଗଷ୍ଟ 26 ତାରିଖରେ ବନ୍ୟା ପାଇଁ ପୁଣି ଥରେ ଆନ୍ଧ୍ର ଯାଇଥିଲେ । 2017 ଜୁଲାଇ 25 ତାରିଖରେ ଗୁଜୁରାଟ ଯାଇଥିଲେ ବନ୍ୟା ପାଇଁ । ସେହିବର୍ଷ ଅଗଷ୍ଟ 1 ତାରିଖରେ ଆସାମ ଓ 18 ତାରିଖରେ କେରଳ ଯାଇଥିଲେ ବନ୍ୟା ପରିସ୍ଥିତି ଦେଖିବାକୁ । ଏହି 5 ବର୍ଷରେ ଓଡିଶାବାସୀ ମଧ୍ୟ ବହୁ ଭୟଙ୍କର ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । 2014ରେ ହୁଡହୁଡ, 2015ରେ ଭୟଙ୍କର ମରୁଡି, 2017ରେ ଭୟଙ୍କର ବନ୍ୟା ପରିସ୍ଥିତ, 2018ରେ ତିତଲି ଓ ପରବର୍ତ୍ତି ବନ୍ୟା ପରିସ୍ଥି । ପ୍ରଧାନମନ୍ତ୍ରୀ ଆସିଥିଲେ କି? ଆସିଲେ ନାହିଁ । କିନ୍ତୁ ମୁଁ ସବୁବେଳେ ଆପଣଙ୍କ ସୁଖ, ଦୁଃଖରେ ଅଛି ଓ ରହିବି ବୋଲି କହିଥିଲେ ନବୀନ ।

କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ହେଲେ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବି ବନ୍ଦ କରିପାରିବେ ନାହିଁ । ବିଜୁ ଜନତାଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ 10 ହଜାର ଟଙ୍କା ମିଳବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିବା ସହ ବିଜେଡି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 1 =