ପାକିସ୍ତାନକୁ ଡରାଇଲା ଭାରତ

ଅଟକ ରଖିଥିବା ଭାରତୀୟ କ୍ୟାପଟେନକୁ ପାକିସ୍ତାନ ତୁରନ୍ତ ଖଲାସ କରିବା ପାଇଁ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ ପାକିସ୍ତାନ ଭାରତୀୟ କ୍ୟାପଟେନ କୁ କେତେକ ସର୍ତ୍ତରେ ଛାଡିବ ଏବଂ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ପରେ କରାଯିବ ବୋଲି ପାକିସ୍ତାନ କହିଛି । ଇତି ମଧ୍ୟରେ ପାକ ବୈଦେଶିକ ବ୍ୟାପାର ମନ୍ତ୍ରୀ ମହମ୍ମଦ କୁରେସି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହିତ କହିଛି ଯେ ଅଟକ ଭାରତୀୟ କ୍ୟାପଟେନର ସାମାନ୍ୟ କୌଣସି କ୍ଷତି ହେଲେ ଭାରତ ଏହାକୁ ବରଦାସ୍ତ କରିବାନାହି । ପାକିସ୍ତାନ ତୁରନ୍ତ ଅଟକ ଭାରତୀୟ କ୍ୟାପଟେନକୁ ସୁରକ୍ଷିତ ଭାବେ ଫେରାଇଦେବା ପାଇଁ ଭାରତ ଦାବି କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ପାକିସ୍ତାନକୁ କଡା ଚେତାବନୀ ଦେଇ କହିଛନ୍ତି ଯେ , ପଡ଼ୋଶୀ ଦେଶ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି। ଆମେ ଏହାର କଡ଼ାଗଣ୍ଡା କରି ଜବାବ ଦେବୁ। କୌଣସି ପରିସ୍ଥିତିରେ ବି ଆମେ ନଇଁବୁ ନାହିଁ। ସୀମା ଆରପାରିରେ ପରାକ୍ରମ ଦେଖାଉଛି ସେନା। ଭାରତୀୟ ସେନା ଉପରେ ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏକ ହୋଇ ରହିବ, ଏକ ହୋଇ ବଞ୍ଚିବ, ଏକ ହୋଇ କାମ କରିବ, ଏକ ହୋଇ ଆଗକୁ ବଢ଼ିବ, ଏକ ହୋଇ ଲଢ଼ିବ ଓ ଏକ ହୋଇ ଜିତିବ ବୋଲି ପାକିସ୍ତାନକୁ ଚେତେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Share

Leave a Reply

Your email address will not be published. Required fields are marked *

2 × four =