ଜାହଜରେ ନିଆଁ ଲାଗି ୧୪ ଜଣ ଜୀବନ୍ତ ପୋଡିଗଲେ

ଭାରତ, ତୁର୍କୀ ଓ ଲିବ୍ୟାର ସଦ୍ୟସମାନଙ୍କୁ ନେଇ ଯାଉଥିବା ଦୁଇଟି ଜାହଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରୁଷ୍ ଜଳ ଭାଗରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଭାରତୀୟଙ୍କ ସମେତ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା।
ଉଭୟ ଜାହଜରେ ତାନଜିନିଆ ପତାକା ଲାଗିଥିଲା। ଗୋଟିଏ ଜାହଜରେ ଲିକ୍ୟୁଫାଏଡ୍ ପ୍ରାକୃତିକ ଗ୍ୟାସ ରହିଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ରହିଥିଲା। ଗୋଟିଏ ଜାହଜରୁ ଅନ୍ୟ ଜାହଜକୁ ତେଲ ନିଆଯାଉଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।
ଗୋଟିଏ ଜାହଜରେ ୯ ଜଣ ତୁର୍କୀ ନାଗରିକ ଓ ୮ ଜଣ ଭାରତୀୟ ନାଗରିକ ରହିଥିଲେ। ସେହିପରି ଅନ୍ୟ ଜାହଜରେ ୭ ଜଣ ତୁର୍କୀ, ୭ ଜଣ ଭାରତୀୟ ଓ ଲିବ୍ୟାର ଜଣେ ଇଣ୍ଟର୍ଣ୍ଣ ରହିଥିଲେ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨ ଜଣଙ୍କୁ ରୁଷ ତଟରକ୍ଷୀ ବାହିନୀ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ତଥାପି ଏବେ ବି ୬ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

10 + 6 =