ସାମସଙ୍ଗ ଗାଲାକ୍ସି ଏମ୍୩୦ : ଟ୍ରିପଲ୍ କ୍ୟାମେରା, ୫୦୦୦ ଏମ୍ଏଏଚ୍ ବ୍ୟାଟେରି

ଭୁବନେଶ୍ବର: ନୂଆ ପିଢ଼ିକୁ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ସାମସଙ୍ଗ୍ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ଏମ୍୩୦କୁ ଉନ୍ମୋଚନ କରାଯାଇଛି । ଏମ୍ ସିରିଜ୍ ଉତ୍ପାଦ ବର୍ଗରେ କଂପାନି ଏମ୍୩୦କୁ ଯୋଡ଼ି ଏହାକୁ ଅଧିକ ରୁଦ୍ଧିମନ୍ତ କରିଛି । ଗାଲାକ୍ସି ଏମ୍୩୦କୁ ପ୍ରଯୁକ୍ତି ପସନ୍ଦ କରୁଥିବା ନୂତନ ପିଢ଼ିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ତିନିଟି କ୍ୟାମେରା, ସୁପର ଆମୋଏଲଇଡି ଇନଫିନିଟି ୟୁ ଡିସ୍ପ୍ଲେ ଏବଂ ୫୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି । ନିକଟରେ ଉନ୍ମୋଚନ ହୋଇଥିବା ଏମ୍୧୦ ଏବଂ ଏମ୍୨୦କୁ ଜବରଦସ୍ତ ସମର୍ଥନ ମିଳିବା ପରେ କଂପାନି ପକ୍ଷରୁ ଏମ୍୩୦କୁ ଉନ୍ମୋଚନ କରିବାକୁ ନିଷ୍ପତି ନିଆଯାଇଥିଲା ।

“ଗାଲାକ୍ସି ଏମ୍୩୦କୁ ନିକଟରେ ଆସିଥିବା ଏମ୍୨୦ ଉପରେ ଉନ୍ମୋଚନ କରାଯାଇଛି । ନୂତନ ପିଢ଼ି ପାଇଁ ଗାଲାକ୍ସି ଏମ୍୩୦କୁ ପ୍ରସ୍ତୁତ କରାଯାଇଛି । ସ୍ମାର୍ଟଫୋନ୍ର ପ୍ରତିଟି କ୍ଷେତ୍ରରେ ବିପୁଳ ଶକ୍ତି ଦରକାର କରୁଥିବା ଆଲ୍ଫା ବର୍ଗର ଯୁବ ଗ୍ରାହକମାନେ ଗାଲାକ୍ସି ଏମ୍୩୦ ଛଡ଼ା ଅନ୍ୟ କୌଣସି ଆଡ଼େ ଧ୍ୟାନ ଦେଇପାରିବେନି ବୋଲି ଅସିମ୍ ୱାରସି, ବରିଷ୍ଠ ଉପାଧ୍ୟକ୍ଷ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।

“ଗାଲାକ୍ସି ଏମ୍୧୦ ଏବଂ ଗାଲାକ୍ସି ଏମ୨୦ ପ୍ରତି ଗ୍ରାହକଙ୍କ ଜବରଦସ୍ତ ସମର୍ଥନ ମିଳିବା ପରେ ଆମାଜନ୍ ଡଟ୍ ଇନ୍ରେ ଗାଲାକ୍ସି ଏମ୍୩୦ର ଉନ୍ମୋଚନ ବିଷୟରେ ଆମେ ଉଲ୍ଲାସର ସହିତ ଘୋଷଣା କରୁଛୁ । ଗାଲାକ୍ସି ଏମ୍ ହେଉଛି ଆମ ବ୍ୟାପକ ବର୍ଗରେ ଏକ ନୂତନ ଯୋଗଦାନ ଯାହାକୁ ଗ୍ରାହକମାନେ ଉପଭୋଗ କରିବା ଜାରି ରଖିପାରିବେ ବୋଲି ମନିଷ ତିୱାରୀ, ଉପସଭାପତି-କାଟେଗୋରି ମ୍ୟାନେଜମେଂଟ୍, ଆମାଜନ୍ ଇଣ୍ଡିଆ କହିଛନ୍ତି ।

ଗାଲାକ୍ସି ଏମ୩୦ରେ ରହିଛି ୬.୪ ଇଂଚ୍ ଡିସ୍ପ୍ଲେ, ଅକ୍ଟାକୋର୍ ଏକ୍ସିନସ୍ ୭୯୦୪ ପ୍ରୋସେସର, ସାମ୍ନାରେ ୧୬ ଏମପି, ପଛରେ ୧୩+୫ ଏମପି କ୍ୟାମେରା, ୬+୧୨୮ ଓ ୪+୬୪ ଜିବି ରାମ୍/ରମ୍, ୫୦୦୦ ଏମ୍ଏଏଚ୍ ବ୍ୟାଟେରି ଏବଂ ଫେସ୍ ଅନଲକ୍ ଓ ଫିଗଂରପ୍ରିଂଟ୍ ବ୍ୟବସ୍ଥା ।

ଏହା ଗ୍ରେଡେସନ୍ ବ୍ଲାକ୍ ଓ ଗ୍ରେଡେସନ୍ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଗାଲାକ୍ସି ଏମ୍୩୦ର ୪+୬୪ ଜିବି ମଡେଲ୍ର ମୂଲ୍ୟ ୧୪,୯୯୦ ଟଙ୍କା ରହିଥିବା ବେଳେ ୬+୧୨୮ ଜିବିର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି । ଏହା ମାର୍ଚ ୫ରୁ ଆମାଜନ ଡଟ ଇନ୍ ଏବଂ ସାମସଙ୍ଗ ଡଟ୍ କମରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

sixteen − seven =