ସମାଜର ଅନଗ୍ରସର ଲୋକମାନଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଡିବିଏସ୍ ଫାଉଣ୍ଡେସନ ପକ୍ଷରୁ ହକ୍‌ଦାରଶକ୍ ସହ ସହଯୋଗିତା

ଭୁବନେଶ୍ୱର: ସମାଜର ଅନଗ୍ରସର ବର୍ଗ ଯଥା ଦିନ ମଜୁରିଆ, ଘରୋଇ ସହାୟକ, ଚାଷ କର୍ମୀ, ପରିମଳ କର୍ମୀ ଓ ଲଘୁ ଉଦ୍ୟୋଗୀମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଆର୍ଥିକ ସାକ୍ଷରତାର ପ୍ରସାର କରିବା ଲାଗି ଡିବିଏସ୍ ଫାଉଣ୍ଡେସନ ପକ୍ଷରୁ ହକ୍‌ଦାରଶକ୍ ଏମ୍‌ପାୱାରମେଂଟ୍ ସଲ୍ୟୁସନ୍ସ (ଏଚଇଏସପିଏଲ୍‌) ସହିତ ସହଯୋଗିତା ସ୍ଥାପନ କରାଯାଇଛି । ସରକାରୀ ହକ ଓ ଘରୋଇ ଆର୍ଥିକ ସେବା ହାସଲ କରିବା ଲାଗି ଡିଜିଟାଲ ଓ ଆର୍ଥିକ ଦକ୍ଷତା ଗଠନ କରିବା କ୍ଷେତ୍ର ପାଇଁ ଏହି କାର୍ଯ୍ୟକ୍ରମରେ ୨,୦୦,୦୦୦ ହିତାଧିକାରୀଙ୍କୁ ସଚେତନ କରାଯିବ ଯେଉଁମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ମହିଳା ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଓ ତେଲେଙ୍ଗାନାର ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ଯେଉଁଠାରେ ଅନଗ୍ରସର ଲୋକଙ୍କ ସଂଖ୍ୟା ଅଧିକ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଏହି ନାଗରିକମାନଙ୍କ ପାଇଁ ମୌଳିକ ସାମାଜିକ ସୁରକ୍ଷା ବଳୟକୁ ନିଶ୍ଚିତ କରିବା ଏବଂ ସେମାନଙ୍କ ଜୀବନ ଓ ପରିବାରର ଦାୟିତ୍ୱ ନେବା ଲାଗି ସେମାନଙ୍କୁ ଆବଶ୍ୟକ ଡିଜିଟାଲ ଓ ଆର୍ଥିକ ପ୍ରଶିକ୍ଷଣ ପ୍ରଦାନ କରିବା ।
ଏହି ଅଭିଯାନରେ ‘ଯୋଜନା କେନ୍ଦ୍ର’ ନାମରେ ଏକ ଇଟାପଥରରେ ତିଆରି କେନ୍ଦ୍ର ସ୍ଥାପନ କରାଯିବ । ମହିଳା ଏଜେଂଟ୍‌ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ହକ୍‌ଦାରଶକ୍ ଭାବେ ତାଲିମ ଦିଆଯିବ ଯେଉଁମାନେ ସେମାନଙ୍କୁ ସହାୟତା ପ୍ରଦାନ କରିବେ । ଏଜେଂଟ୍ କ୍ୟାଡରମାନେ ନିମ୍ନ ଆୟକାରୀ ବର୍ଗରୁ ସମ୍ଭାବ୍ୟ ହିତାଧିକାରୀଙ୍କୁ ଯୋଡ଼ିବେ । ଅଡିଓ ଭିଜୁଆଲ ଟୁଲ୍ ଓ ସହଜରେ ବୋଧଗମ୍ୟ ସ୍ଥାନୀୟ ଭାଷା ଜରିଆରେ ସପୋର୍ଟ ଏଜେଂଟ୍‌ମାନେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଆୟୋଜନ କରିବେ । ହିତାଧିକାରୀଙ୍କୁ ହକ୍‌ଦାରଶକ୍ ମୋବାଇଲ୍ ଆପ୍ ଜରିଆରେ ସ୍କ୍ରିନିଂ କରାଯିବ ଏବଂ ସବୁ ପ୍ରକାର ପ୍ରଶ୍ନ ଓ ଆପତିର ସମାଧାନ ଲାଗି ଏକ ହେଲପ୍‌ଲାଇନ୍ ରହିବ । ଏହି କାର୍ଯ୍ୟକ୍ରମରେ ୪୦୦ ସପୋର୍ଟ ଏଜେଂଟ୍ ରଖାଯିବ ଏବଂ ପ୍ରତି ୪୦ ଏଜେଂଟ୍ ପାଇଁ ଜଣେ ସୁପରଭାଇଜର ରହିବେ ।
ଡିବିଏସ୍ ଇଣ୍ଡିଆର ପରିଚାଳନା ନିର୍ଦେଶକ, ଗ୍ରୁପ୍ ଷ୍ଟ୍ରାଟେଜିକ୍ ମାର୍କେଟିଂ ଆଣ୍ଡ୍ କମ୍ୟୁନିକେସନ ସୋମା ନାରାୟଣନ କହିଛନ୍ତି ଯେ, “ଏକ ସାମାଜିକ ଦାୟିତ୍ୱବୋଧ ବ୍ୟାଙ୍କ ଭାବେ ବ୍ୟାଙ୍କିଙ୍ଗ ବାହାରେ ପ୍ରଭାବ ସୃଷ୍ଟି କରିବା ଓ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଦୁନିଆ ଲାଗି ସମାଧାନକୁ ଉତ୍ସାହିତ କରିବାର ଆବଶ୍ୟକତାକୁ ଆମେ ସ୍ୱୀକୃତି ଦେଉଛୁ । ହକ୍‌ଦାରଶକ୍ ସହିତ ଆମର ସହଯୋଗିତା ହେଉଛି ସମାଜର ଅନଗ୍ରସର ଲୋକ ବିଶେଷ କରି ମହିଳାମାନଙ୍କୁ ସାମାଜିକ କଲ୍ୟାଣ ଓ ଆର୍ଥିକ ଟୁଲ୍‌ସ ଦେଇ ସଶକ୍ତ କରିବା ଯାହା ସେମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବ ଏବଂ ସେମାନଙ୍କୁ ଜୀବନ ଉପରେ ଅଧିକ ସ୍ୱାଧୀନତା ପ୍ରଦାନ କରିବ । ଡିବିଏସ୍ ଫାଉଣ୍ଡେସନର ଗ୍ରାଂଟ୍ କାର୍ଯ୍ୟକ୍ରମ ଅଧୀନରେ ଏକ ବିଜନେସ୍ ଫର୍ ଗୁଡ୍ ଭାବେ ହକ୍‌ରକ୍ଷକ ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ିଛି ଏବଂ ଏକ ଉତମ ଭବିଷ୍ୟତ ଗଠନ ପାଇଁ ଆମର ରହିଥିବା ଲକ୍ଷ୍ୟ ସହ ଖାପାଖାଉଛି ।’’
ହକ୍‌ଦାରଶକ୍‌ର ପ୍ରତିଷ୍ଠାତା ଓ ସିଇଓ ଅନିକେତ ଦେଓଗର କହିଛନ୍ତି ଯେ, “୨୦୧୮ ପରଠାରୁ ଡିବିଏସ୍ ଫାଉଣ୍ଡେସନ ହେଉଛି ଆମର ଏକ ଆଗୁଆ ସହଯୋଗୀ । ସେମାନେ ପ୍ରଭାବକୁ ସର୍ବଦା ଅଗ୍ରାଧିକାର ଦେଇଥାନ୍ତି ଏବଂ ହକ୍‌ଦାରଶକ୍ ଯେତେବେଳେ ଛୋଟ ସଂସ୍ଥା ଥିଲା ସେତେବେଳେ ମହାମାରୀ ସମୟରେ ସେମାନେ ଆମକୁ ସହଯୋଗ କରିଥିଲେ । ଏବଂ ଏବେ ଆମେ ବ୍ୟାପକ ହୋଇପାରିଛୁ । ହକ୍‌ଦାରଶକ୍ ପାଇଁ ଆମର ଏହା ହେଉଛି ସର୍ବବୃହତ ପ୍ରକଳ୍ପ । ଡିଜିଟାଲ ଓ ଆର୍ଥିକ ସାକ୍ଷରତା ତାଲିମ ଏବଂ ସେମାନଙ୍କୁ ଉପଯୋଗୀ ସାମାଜିକ କଲ୍ୟାଣ ସହ ଯୋଡ଼ି ୨,୦୦,୦୦୦ ଲୋକଙ୍କ ଜୀବନକୁ ସ୍ପର୍ଶ କରିବାକୁ ଯାଉଥିବା ଏହାର ବଡ଼ ପ୍ରଭାବକୁ ନେଇ ଆମେ ଉତ୍ସାହିତ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସମାଜର ଉପେକ୍ଷୀତ ବର୍ଗର ମହିଳା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଆମ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଡିବିଏସ୍ ଫାଉଣ୍ଡେସନ ପ୍ରତି ଆମେ କୃତଜ୍ଞ । ଆଗାମୀ ବର୍ଷଗୁଡ଼ିକରେ ଆମେ ଆମର ସହଯୋଗିତାକୁ ବହୁଗୁଣିତ କରିବାକୁ ଆଶା ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

19 + 13 =