୩ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ() ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଅଖ ଡେରା ସମ୍ପୂର୍ଣ ହୋଇଛି। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ। ରଥଖଳାରେ ପୋଲ ଓ ଛନ୍ଦାଗୟଳ ପାଇଁ କାଠ ଚିରଟ ହୋଇ ଚଉପଟ କାର୍ୟ୍ୟ ଚାଲିଛି।

୧୧ ଦିନ ବିଳମ୍ବରେ ରଥ କାମ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ତିନି ରଥର କାମ ଶେଷ ହେବା ନେଇ ଆଶା ସୃଷ୍ଟି ହୋଇଛି। ତିନିରଥରେ ପ୍ରଥମ ଦଣ୍ଡା ଉଠି ସାରିଥିବା ବେଳେ ଏବେ ଦଣ୍ଡାରେ ଗାରିଆଗାରୀ ହୋଇ ଗୋଳି କରାଯାଉଛି। କଣ୍ଟା ଓ ଗରଗରା କଣ୍ଟା ଲାଗିବା ପରେ ଗୟଳ ମୋଡଯିବ। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବା ପାଇଁ କାମ ଜୋରସୋରରେ ଚାଲିଛି। ଅନ୍ୟପଟେ ରଥଯାତ୍ରା ପାଇଁ ଆବଶ୍ୟକ ସମସ୍ତ ଦଉଡି ତିଆରି ଚାଲିଛି ଚନ୍ଦନପୁର ନିକଟ କତା ସମବାୟ ନିଗମରେ । ୨୨୦ ଫୁଟ ଲମ୍ବ ଓ ୮ ଇଞ୍ଚ ଚଉଡ଼ା ବିଶିଷ୍ଟ ୧୪ଟି ମୁଖ୍ୟ ରଥ ଦଉଡି ସହ ଘେର ଓ ପୋଲିସ କର୍ଡନ ଦଉଡି ମଧ୍ୟ ତିଆରି ଚାଲିଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦନାରେ ସମ୍ପୃକ୍ତ ସେବକଙ୍କ କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ ଜାରି ରହିଛି।

ଆସନ୍ତା ୫ ତାରିଖରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ସ୍ନାନମଣ୍ଡପକୁ ସଫା କରାଯାଇ ରଙ୍ଗ କରାଯାଉଛି। ଏ ବର୍ଷ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଲୋକେ ଘରେ ବସି ସିଧା ପ୍ରସାରଣ ମାଧ୍ୟମରେ ଦେଖିପାରିବେ, କିନ୍ତୁ ବଡଦାଣ୍ଡକୁ ଆସିପାରିବେ ନାହିଁ।

Share

Leave a Reply

Your email address will not be published. Required fields are marked *

twenty + 10 =