କ୍ୱାରେଣ୍ଟାଇନରେ ଅଛନ୍ତି ନିଜାମୁଦ୍ଦିନ ଫେରିଥିବା ୩ ଓଡିଆ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର ଦ୍ୱୀତିୟ କରୋନା ପଜିଟିଭ୍ ୧୯ମାର୍ଚ୍ଚ, ତୃତୀୟ ପଜିଟିଭଙ୍କ ସମ୍ପର୍କରେ ୨୬ମାର୍ଚ୍ଚରେ ଜଣାପଡ଼ିଥିଲା । ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି । କରୋନା ରୋକିବା ପାଇଁ ସମୟ ଓ ଜନବହୁଳତାକୁ ଦୃଷ୍ଟିଦେବାକୁ ପଡ଼ିବ । ପ୍ରତି ବର୍ଗକିଲୋମିଟରରେ କେତେ ଲୋକ ରହୁଛନ୍ତି ସେନେଇ ମଧ୍ୟ ଧ୍ୟାନଦେବାକୁ ହେବ । ସତର୍କ ନରହିଲେ କରୋନା ବ୍ୟାପିବାର ଆଶଙ୍କା ରହିଛି । ଆଗାମୀ ୧୫ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ରୁହନ୍ତୁ ଏବଂ ତାଲାବନ୍ଦ ମାନନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।
ଏହାସହ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୭ଲକ୍ଷ ୮୯ହଜାର ୯୩୬ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ସମଗ୍ର ବିଶ୍ୱରେ କରୋନାରେ ୩୮ହଜାର ୧୦୩ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେଏପର୍ଯ୍ୟନ୍ତ ୪୭୩ଟି ନମୁନାର ରିପୋର୍ଟ ମିଳିଛି । ଏଥିରୁ ସେହି ପୂର୍ବ ୩ଟି ପଜିଟିଭ୍ କେସ୍ ରହିଛି । ତାଲାବନ୍ଦ ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ଘଟଣା ସାମ୍ନାକୁ ଆସିଛି । ଏପରି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ୩ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ଅନ୍ୟ କେଉଁମାନେ ଯାଇଥିଲେ ସେନେଇ ଅନୁସନ୍ଧାନ କରାଯାଉଛି ବୋଲି ବାଗଚୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 2 =