ମନ୍ତ୍ରୀ ଓ ବିଧାୟକଙ୍କୁ ୩୦% ଦରମା

ଭୁବନେଶ୍ୱର() କରୋନା ସ୍ଥିତିରେ ବ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ନେତା ଓ ଅଫିସରଙ୍କ ଦରମା ନେଇ ନବୀନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସବୁ ନିର୍ବାଚିତ ପ୍ରତିନିଧି ଅର୍ଥାତ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ଏବେ ୩୦% ମିଳିବ । ଆଉ ୭୦ ପ୍ରତିଶତ ଦରମା ପରେ ମିଳିବ । ଏହି ନିୟମ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ।

ସେହିପରି ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସଙ୍କ ଦରମା ମଧ୍ୟ ଘୁଞ୍ଚାଯାଇଛି । ସେମାନଙ୍କ ୫୦% ଦରମା ଏବେ ମିଳିବ ଓ ପରିସ୍ଥିତି ସୁଧାରିବା ପରେ ସେମାନଙ୍କୁ ଆଉ ୫୦ ପ୍ରତିଶତ ଦରମା ଦିଆଯିବ ।

Share

Leave a Reply

Your email address will not be published. Required fields are marked *

two × 5 =