ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି,ନିଶା ଦେଇ ବସରେ ନାବାଳିକାଙ୍କୁ କଲେ ଗଣଦୁଷ୍କର୍ମ

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି । ଜଣେ ନାବାଳିକା ନିଶା ଦେଇ ବସରେ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ପଶ୍ଚିମ ଚମ୍ପାରଣରେ । ତେବେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍କୁ ବାଇପାସ୍ ରୋଡ୍ ନେଇଯାଇଥିଲା । ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ କର୍ମଚାରୀ । ଫଳରେ ନାବାଳିକା ଜଣଙ୍କ ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ପୀଡିତାକୁ ବସ୍ ଭିତରେ ବନ୍ଦ କରି ଫେରାର ହୋଇଯାଇଥିଲେ ।

ପରେ ପୀତିତାଙ୍କ ଚେତା ଫେରିବା ପରେ ଭିତର ପଟୁ ବସର ଝରକାରେ ଉଦ୍ଧାର ପାଇଁ ଲୋକମାନଙ୍କୁ ଡାକିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୀଡିତାକୁ ବସ୍ ଭିତରୁ ଉଦ୍ଧାର କରିଥିଲେ । ଲୋକେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନାବାଳିକାଙ୍କୁ ସୁରକ୍ଷା ପ୍ରଦାନ କରିଛି । ପୀଡିତାଙ୍କୁ ମେଡିକାଲକୁ ପଠାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

five × 1 =