ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଜମି ଦେଲେ ସରକାର

ଭୁବନେଶ୍ବର () ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ  ଜମି ଆବଶ୍ୟକତାକୁ ନେଇ ବଜେପି ବିଜେଡ଼ି ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପର ରାଜନୀତି ଚାଲିଥିବା ବେଳେ ଆଜି ରାଜ୍ୟ କ୍ୟାବିନେଟ ଦଶପଲ୍ଲା-ବଲାଙ୍ଗୀର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ 881.745 ଏକର ସରକାରୀ ଜମି ରେଳ ମନ୍ତ୍ରାଳୟକୁ ଯୋଗାଇଦେବାକୁ ମଞ୍ଜୁରୀ ଦେଇଛି । ଏହି ଜମି ବିନା ପ୍ରିମୀୟମ ଓ ବିନା ପଞ୍ଜିକୃତ ମୂଲ୍ୟରେ ଦିଆଯିବ । ନୟାଗଡ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର 172ଟି ମୌଜାର 881.745 ଏକର ଜମି ଦିଆଯିବ । ପୂର୍ବରୁ ଏହି ରେଳପଥର ଖୋର୍ଦ୍ଧାରୁ ନୟାଗଡ ପର୍ଯ୍ୟନ୍ତ ରେଲ ଲାଇନ ନିର୍ମାଣ ସରିଛି । ବଳକା ବଲାଙ୍ଗୀର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ରହିଥିଲା ।

ସେହିପରି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ମଧ୍ୟ ସରକାର ମାଗଣାରେ 181.77ଏକର ଜମି ଯୋଗାଇ ଦେବାକୁ କ୍ୟାବିନେଟ  ନିଷ୍ପତି ନେଇଛି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବସନ୍ତପୁର ଓ ବଡ଼ସିଂହରୀ ମୌଜାରେ ଏହି ଜମି ଦିଆଯିବ । ଏହି ଜମି ବିନା ଦେୟରେ ଦିଆଯିବ । କିନ୍ତୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ଏକର ପିଛା 100 ଟଙ୍କା ଏବଂ ସେସ ବାବଦରେ ବାର୍ଷିକ ଗ୍ରାଉଣ୍ଡ ରେଣ୍ଟର 75 ପ୍ରତିଶତ ହିସାବରେ ଲିଜ ମଂଜୁରୀ ଦିଆଯିବ ।

ଅନ୍ୟାନ ନିଷ୍ପତ୍ତି ମଧ୍ୟରେ ବିପିୟୁଟିର ପ୍ରୋ-ଚ୍ୟାନସେଲର ପଦବୀ ଉଛେଦ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଟାଟା ଗୋପାଳପୁରଠାରେ ଏସଇଜେଡ ପ୍ରତିଷ୍ଠା ପାଇଁ ଦିଆଯାଇଥିବା 2970 ଏକର ଜମି ମଧ୍ୟରୁ 1735 ଏକର ଜମି ଅନ୍ୟ ପ୍ରକଳ୍ପରେ ବ୍ୟବହାର ପାଇଁ କ୍ୟାବିନେଟ ମଂଜୁରୀ ଦେଇଛି ।

Share

Leave a Reply

Your email address will not be published. Required fields are marked *

three × one =