ପିପିପି ମୋଡରେ ହେବ ୨୦ଟି ଡାକ୍ତରଖାନା

ଭୁବନେଶ୍ବର (ନିପ୍ର) ରାଜ୍ୟରେ ଘରୋଇ-ସରକାରୀ ସହଭାଗିତାରେ ନିର୍ମାଣ ହେବ ଆଉ ୨୦ଟି ଡାକ୍ତାରଖାନା । ର୍ନିମାଣ ହେବାକୁଥିବା ଏହି ୨୦ଟି ହସ୍ପିଟାଲରେ ୨୭୦୦ଟି ଶଯ୍ୟା ଉପଲବ୍ଧ ହେବାସହ ୧୦ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବା ପୁଞ୍ଜି ବିନିଯୋଗ ନୀତି-୨୧୦୬ ଅନୁଯାୟୀ ରାଜ୍ୟର ୧୧ଟି ଉଚ୍ଚ ପ୍ରାଥମିକତା ଥିବା ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଇଛି । ସ୍ବାସ୍ଥ୍ୟସେବା ପାଇଁ ଘରୋଇ ଓ ସରକାରୀ ଭାଗୀଦାରୀ କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ ପିଞ୍ଜି ବିନିଯୋଗ ହେବ ବୋଲି ସୁଚନା ମିଳିଛି ।

ଏହି ସବୁ ଡାକ୍ତରଖାନା ଆର୍ଫୋଟେବୁଲ ହେଲ୍ଥ କେୟାର ପ୍ରୋଜେକ୍ଟ ମାଧ୍ୟମରେ ହବ୍ ଓ ଷ୍ପୋକ ମଡେଲ ପ୍ରସ୍ତୁତ କରାଯିବ । କେତେକ ଡାକ୍ତରଖାନା କେନ୍ଦ୍ରୀୟ ଡାକ୍ତରଖାନା ବା ହବ୍ ଭଳି କାର୍ଯ୍ୟ କରିବ । ଆଉ କେତେକ ଶାଖା ଡାକ୍ତରଖାନା ଶାଖା ବା ଷ୍ପୋକ ଭଳି କାର୍ଯ୍ୟ କରିବ ।

ଏହି ୨୦ଟି ଡାକ୍ତରଖାନା ପୁରୀ, ଜୟପୁର, ଅନୁଗୁଳ, ବଡବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଙ୍କୋନାଳ, ବୌଦ୍ଧ, ନୂଆପଡା, ମାଲକାନଗିରୀ, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ର୍ନିମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଷ୍ପୋକ ମଡେଲ ଡାକ୍ତରଖାନାରେ ଶଲ୍ୟ, ଭେଷଜ, ଚକ୍ଷୁ, ଶିଶୁ ରୋଗ, ଅସ୍ଥିଶଲ୍ୟ ଭଳି ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସା ହେବାସହ ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ରହିବ । ଅନ୍ୟପଟେ ହବ୍ ହସ୍ପିଟାଲରେ ଷ୍ପୋକ ହସ୍ପିଟାଲର ସମସ୍ତ ରୋଗର ଚିକିତ୍ସା ହେବା ସହ ହୃଦରୋଗ ଏବଂ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

ଏହି ସବୁ ଡାକ୍ତରଖାନାରେ ୨୭୦୦ ଶଯ୍ୟା ଉପଲବ୍ଧ ହେବ । ଯାହାଦ୍ୱାରା ହସ୍ପିଟାଲରେ ଶଯ୍ୟା ଜନିତ ଅଭାବ ୫୬ ପ୍ରତିଶତ ପୂରଣ ହୋଇପାରିବ । ଏହିସବୁ ଡାକ୍ତରଖାନା ଏନଏବିଏଚ ଆକ୍ରିଡିଏସନ ମାନ୍ୟତା ପାଇବା ସହ ଏହାର ୫୦ ପ୍ରତିଶତ ଶଯ୍ୟା ଜେନୋରଲ ଓାର୍ଡରେ ରହିବ । ଘରୋଇ ସ୍ବାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାରଙ୍କ ନିଷ୍ପତି । ପାରା-ମେଡିକାଲ କ୍ଷେତ୍ରରେ ଏହି ସବୁ ନିଯୁକ୍ତି ଗୁଡିକ ଅଧିକ ସଂଖ୍ୟାରେ ସୃଷ୍ଟି ହେବ ଏବଂ ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

one + two =