ବିଜେପି ଏକ ଆତଙ୍କବାଦୀ ସଂଗଠନ : ମମତା

କଲକାତା (): ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ସଂଗଠିତ ହିଂସାକାଣ୍ଡକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗ ଜାରି ରହିଛି । ଏଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର ଏକ କାର୍ଯ୍ୟକ୍ରମରେ ବିଜେପିକୁ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି । ବିଜେପି ନେତାମାନେ ମୁସଲମାନଙ୍କୁ ଲଢାଉଛନ୍ତି ଏବଂ ହିନ୍ଦଙ୍କୁ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି ମମତା କହିଛନ୍ତି ।

ଏହାସହ ମମତା କହିଥିଲେ ଯେ ବିଜେପି ଏକ ଗର୍ବୀଙ୍କ ଦଳ ଓ ଏହାର ନେତାମାନେ କେବଳ ଶାସନଗାଦୀ ପାଇଁ ରାଜନୀତି କରୁଛନ୍ତି । ବିଜେପି ନେତାମାନେ ମୁସଲମାନ, ଖ୍ରୀଷ୍ଟିଆନ୍ ଏବଂ ଶିଖଙ୍କୁ ପସନ୍ଦ କରନ୍ତି ନାହିଁ । ସେମାନେ ଲୋକଙ୍କୁ ପିଟି ପିଟି ହତ୍ୟା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବୁଧବାର ପଶ୍ଚିମ ଦିଲ୍ଲୀ ଲୋକସଭା ମଣ୍ଡଳୀସ୍ଥିତ ଟିଏମସି କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ଏବଂ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ, ସାଂସଦ ପ୍ରବେଶ ବର୍ମା, ବିଧାୟକ ମାଞ୍ଜିନ୍ଦର ସିଂହ ସିରସା, ବିଜେପି ନେତା ରବୀନ୍ଦ୍ର ଗୁପ୍ତା, ଜୟପ୍ରକାଶ, ରମେଶ ଖନ୍ନା, ସୁମନ ପ୍ରକାଶ ଶର୍ମା ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଥିଲେ ଯେ ପଶ୍ଚିମବଙ୍ଗ ଗଣତନ୍ତ୍ର ଆନ୍ଦୋଳନରେ ସହିଦ୍ ଦଳିତ କାର୍ଯ୍ୟକର୍ତ୍ତା ତ୍ରିଲୋଚନ ମାହତୋଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ । ବିଜେପି ଖୁବଶୀଘ୍ର ପଶ୍ଚିମବଙ୍ଗକୁ ଟିଏମସି କୁଶାସନରୁ ମୁକ୍ତ କରିବ । ସେପଟେ ପୁଲିସ୍ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଉତ୍ତେଜକ ଭାଷଣ ପାଇଁ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୧୪୩, ୧୮୬, ୧୮୮ ଏବଂ ୫୦୬ରେ ମାମଲା ରୁଜୁ ହୋଇଛି । ଏହାପରେ ଗୁରୁବାର କଲକତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି ଓ ବିଜେପିକୁ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − two =