ଧୋନି କହିଲେ ମନର କଥା

୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିବା ଟିମ୍ ଇଣ୍ଡିଆର ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି(ମାହି) କାହିଁକି ଅପ୍ରତ୍ୟାଶିତ ଭାବେ କ୍ୟାପଟେନ ପଦ ଛାଡ଼ିଥିଲେ, ତା’ର ଖୁଲାସା କରିଛନ୍ତି।
ଧୋନି କହିଛନ୍ତି, “ମୁଁ ଅଧିନାୟକ ପଦ ଛାଡ଼ିବା ପଛରେ କାହାର ଚାପ ନଥିଲା। ୨୦୧୭ ମସିହାରେ ଅଧିନାୟକ ପଦ ଛାଡ଼ିଥିଲି। କାରଣ ମୁଁ ଚାହୁଁଥିଲି ଯେ, ମୋ ପରେ ଯିଏ ବି ଅଧିନାୟକ ହେବ, ସେ ୨୦୧୯ ବିଶ୍ୱକପ୍ ପାଇଁ ନିଜକୁ ଟିମ୍ ସହ ଖାପ ଖୁଆଇବା ପାଇଁ ପାଇବ। ଯଦି ନୂଆ ଅଧିନାୟକଙ୍କୁ ଅଳ୍ପ ସମୟ ମିଳିଥାଆନ୍ତା, ତା’ହେଲେ ସେ କେବେହେଲେ ବିଶ୍ୱକପ୍ ପାଇଁ ଏକ ଶକ୍ତିଶାଳୀ ଟିମ୍ ଗଠନ କରିପାରି ନଥାଆନ୍ତେ। ମୁଁ ଭାବୁଛି, ମୁଁ ଠିକଣା ସମୟରେ ହିଁ ଅଧିନାୟକ ପଦ ଛାଡ଼ିଛି।”

Share

Leave a Reply

Your email address will not be published. Required fields are marked *

19 − thirteen =