ହକିର ହକ୍ ପାଇଁ ଲଢେଇ

ଭୁବନେଶ୍ବର (ନିପ୍ର): ହକିକୁ ଜାତୀୟ ଖେଳଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ ଜବାବ ରଖିଛନ୍ତି । ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, ହକିକୁ ଭଲପାଇବା ପାଇଁ ଏହାକୁ ସରକାରୀ ଭାବେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ  । କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ଏହି ପ୍ରସଙ୍ଗ ବିବାଦ ମୁହାଁ ହୋଇଛି  ।

ହକିକୁ ଜାତୀୟ ମାନ୍ୟତା ଦିଆଯାଇଥିବାର ସରକାରୀ ରେକର୍ଡ଼ରେ ଉଲ୍ଲେଖ ନାହିଁ । ଯେଉଁମାନେ ଏ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ମାନ୍ୟତା ଦେବା ସମ୍ପର୍କରେ ଆଲୋଚନା କରିବେ ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଭଳି ଦାବି ଉଠାଇବା ପରେ ପ୍ରତିକ୍ରିୟା ପ୍ରକାଶ ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର । ସେ କହିଛନ୍ତି କ୍ରୀଡ଼ାକୁ ଭଲପାଇବା ପାଇଁ ଆମେ ସରକାରୀ ଘୋଷଣାନାମା ଆବଶ୍ୟକ କରୁନାହିଁ । ଏହା ଏବେ ଆମର ଜାତୀୟ ଖେଳ । ତେଣୁ ଏହାକୁ ଭଲ ପାଇବା ଅ ।ରମ୍ଭ କରିବା ଦରକାର  । ସୁବିଧା ସୁଯୋଗ ପାଉଥିବା କ୍ରୀଡ଼ା ମଧ୍ୟରେ ହକି ଅନ୍ୟତମ ରହିଛି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ରକ୍ରୀଡ଼ା ମନ୍ତ୍ରୀଙ୍କ ପ୍ରତିକ୍ରିୟା ଘଟଣାକୁ ବିବାଦୀୟ କରିଦେଇଛି । ଗୋଟିଏ ପଟେ ନବୀନ କରୁଛନ୍ତି ଏହାକୁ ଜାତୀୟ ଖେଳ ରୂପେ ଘୋଷଣା କଲେ ଖେଳାଳିଙ୍କୁ ଉଚିତ ସମ୍ମାନ ମିଳିବ ଏବଂ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କହୁଛନ୍ତି ସେଭଳି ଘୋଷଣାନାମାର ଆବଶ୍ୟକତା ନାହିଁ ।

ହକିକୁ ଜାତୀୟ ଖେଳ ଭାବେ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଯେଉଁ ଦାବି କରିଛନ୍ତି ସେଥିରେ ସେମାନେ ଏକମତ ବୋଲି ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ ରାଜ୍ୟ କ୍ରୀଡା ମନ୍ତ୍ରୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ପ୍ରକାଶ କରିଛନ୍ତି । ଆସନ୍ତା ଦିନରେ ହେବାକୁ ଯାଉଥିବା ବିଶ୍ବକପ ହକି ପୂର୍ବରୁ ଏହି ମାନ୍ୟତା ଦିଆ ଯାଇ ପାରିଲେ ହକିର  ପ୍ରଚାର ପ୍ରସାର ହୋଇ ପାରିବ ବୋଲି ସେମାନେ କହିଛନ୍ତି । ଶ୍ରୀ ତିର୍କୀ କହିଛନ୍ତି ଯେ ଅଲିମ୍ପିକରେ ସର୍ବାଧିକ ପଦକ ଭାରତକୁ ହକିରୁ ମିଳିଛି । ପୂର୍ବରୁ ମଧ୍ ସେ ଏହି ପ୍ରସଙ୍ଗ ସଂସଦର ଶୂନ୍ୟକାଳରେ ଉଠାଇଥିଲେ  । କିନ୍ତୁ କେନ୍ଦ୍ର ସରକାର ଏସଂପର୍କରେ ଏଯାଏଁ ଉତ୍ତର ରଖିନାହାଁନ୍ତି  ।

Share

Leave a Reply

Your email address will not be published. Required fields are marked *

eighteen − one =