କପିଳଙ୍କ ପତ୍ନୀଙ୍କୁ ହାତୀ ସହ ତୁଳନା

ମୁମ୍ବାଇ() କପିଳ ଶର୍ମାଙ୍କ ପତ୍ନୀ ଗିନ୍ନି ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି ।

ସୂଚନା ଅନୁସାରେ, ଗିନ୍ନି ନିକଟରେ ମୁମ୍ବାଇରେ ‘ବାଗି-୩’ ଫିଲ୍ମର ସ୍କ୍ରିନିଂରେ ଯାଇଥିଲେ। ସ୍କ୍ରିନିଂର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଯେଉଁଥିରେ ଗିନ୍ନିଙ୍କ ଓଜନ ବହୁତ ଅଧିକ ଥିବା ଦେଖାଯାଇଥିଲା।
ଇନଷ୍ଟାଗ୍ରାମରେ ଗିନ୍ନିଙ୍କ ଫଟୋରେ ଟ୍ରୋଲର୍ସମାନେ ବହୁତ ଖରାପ କମେଣ୍ଟ ଦେଇଥିଲେ। କେହି ଲେଖିଥିଲେ,‘ହାଥୀ ମେରେ ଜୀବନସାଥୀ’ ତ କେହି ଲେଖିଥିଲେ,‘କପିଳଙ୍କ ଭାଗ୍ୟରେ ୟେ ଅଛି କି’। ଜଣେ ୟୁଜର ଲେଖିଥିଲେ,‘ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ପଚାର କେଉଁ ଚକିର ଅଟା ଖାଉଛନ୍ତି?’ଆଉ ଜଣେ ୟୁଜର ଲେଖିଛନ୍ତି,‘ଏତେ ମୋଟି ୟେ ତ ବଚ୍ଚା ଯାଦବର ଭଉଣୀ ଲାଗୁଛି।’

କପିଳ ତାଙ୍କ ପ୍ରଥମ ବିବାହ ବାର୍ଷିକୀର ଦୁଇ ଦିନ ପରେ ବାପା ହୋଇଥିଲେ। ଡିସେମ୍ବର ୧୦ତାରିଖରେ ଗିନ୍ନି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

seven + two =