କରୋନା ପାଇଁ ମନ୍ତ୍ରୀ ଅଫିସରଙ୍କ ବିଦେଶ ଗସ୍ତ ବନ୍ଦ

ଭୁବନେଶ୍ୱର() ସାରା ବିଶ୍ୱରେ କାୟା ମେଲାଇଛି । କରୋନା କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଜି କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବସିଥିଲା । ଜିଲ୍ଲା ସ୍ତରରେ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳ ଏହା ଉପରେ ସମୀକ୍ଷା କରନ୍ତୁ । ଆବଶ୍ୟକ ପଦକ୍ଷେପ ନେବାପାଇଁ ସେମାନଙ୍କ ଅଧକ୍ଷତାରେ କମିଟି ଗଠନ କରାଯାଉ। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣର ମାକ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ସମସ୍ତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କାର୍ୟ୍ୟାଳୟରେ ବାୟୋମ୍ୟାଟିକ ଉପସ୍ଥାପନକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସ ସଚେତନତା ସୃଷ୍ଟି କରିବା ପାଇଁ ସହରର ମୁଖ୍ୟ ସ୍ଥାନରେ ହୋଡିଙ୍ଗ ଓ ବ୍ୟାନର ମାରିବାକୁ ନିର୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

1 − 1 =