୩ ଟି ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-ଟ୍ୱେଣ୍ଟି ସିରିଜରେ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ଆରାମ ଦିଆଯାଇଛି ।
ଦୀର୍ଘ ଦିନ ଧରି ଟେଷ୍ଟ ଦଳରୁ ବାହାର ଥିବା ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଟିମରେ ସ୍ଥାନ ପାଇନାହାଁନ୍ତି । ଏହି ୨ ଖେଳାଳିଙ୍କ ଛଡ଼ା ଟେଷ୍ଟ ଟିମରୁ ଦ୍ରୁତ୍ ବୋଲର ଇଶାନ୍ତ ଶର୍ମା ଓ ୱିକେଟକିପର ଋଦ୍ଧିମାନ ଶାହାଙ୍କୁ ବାହାର କରି ଦିଆଯାଇଛି । କିଛିମାସ ହେଲା ଇଶାନ୍ତ ଶର୍ମାଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିବା ବେଳେ ଋଦ୍ଧିମାନଙ୍କ ସ୍ଥାନରେ ଯୁବା କେଏସ୍ ଭରତଙ୍କୁ ଭର୍ତ୍ତି କରାଯାଇଛି ।
ଦିନିକିଆ ଦଳର ଅଧିନାୟକତ୍ୱରୁ ବିରାଟ ହଟିବା ପରେ ରୋହିତଙ୍କୁ ବିସିସିଆଇ ଦାୟତ୍ୱ ଦେଇଥିଲା । କିନ୍ତୁ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ଫିଟନେସ୍ କାରଣରୁ ରୋହିତ ଯାଇଥିଲେ । ରୋହିତଙ୍କ ବଦଳରେ ଦଳର ନେତୃତ୍ୱ କେଏଲ୍ ରାହୁଲ ସମ୍ଭାଳିଥିଲେ । ଏବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପ୍ରଥମଥର ପାଇଁ ରୋହିତ ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । ୨୦୧୩ରେ ଭାରତ ପାଇଁ କ୍ୟାରିଅରର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ରୋହିତ ।

Share

Leave a Reply

Your email address will not be published. Required fields are marked *

seventeen − one =