Business

ମିଆ ବାଏ ତନିଷ୍କ ପକ୍ଷରୁ ନୂତନ ଜୁଏଲେରୀ କଲେକ୍ସନ୍ “ଲାଇଟ୍‌ସ୍କେପ୍ସ”ର ଶୁଭାରମ୍ଭ; ପାର୍ବଣ ଆଲୋକର ଯାଦୁ ଦ୍ୱାରା ପ୍ରେରିତ ଖାସ୍ ଡିଜାଇନ୍‌

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ଭାରତର ଅନ୍ୟତମ ଅଗ୍ରଣୀ ଆଧୁନିକ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆ ବାଏ ତନିଷ୍କ’ ଏହାର ନୂତନ କଲେକ୍ସନ୍ ‘ଲାଇଟ୍‌ସ୍କେପ୍ସ’ର ଶୁଭାରମ୍ଭ କରିଛି। ସାରା ପାର୍ବଣ ଋତୁରେ ଘର ଓ ଉତ୍ସବକୁ ଆଲୋକିତ କରୁଥିବା ପାର୍ବଣର ଆଲୋକର ଯାଦୁ ଦ୍ୱାରା ଏହି ଗହଣା ପ୍ରେରିତ। ସୁନା, ପ୍ରାକୃତିକ ହୀରା ଏବଂ ରଙ୍ଗୀନ ପଥରରେ ପ୍ରସ୍ତୁତ ୨୩୦ରୁ ଅଧିକ ଡିଜାଇନ୍ ସହିତ ଏହି କଲେକ୍ସନ୍ ସ୍ୱତନ୍ତ୍ର କାରିଗରୀ, ଆଧୁନିକ ଶୈଳୀ ଏବଂ ଆଲୋକର ଜୀବନ୍ତ ଅଭିବ୍ୟକ୍ତିକୁ ଏକାଠି ଆଣିଛି।
ଉତ୍ସବର ଏକ ସାର୍ବଜନୀନ ପ୍ରତୀକ ଭାବରେ ଆଲୋକରୁ ପ୍ରେରଣା ନେଇ, ‘ଲାଇଟ୍‌ସ୍କେପ୍ସ’ ବିଭିନ୍ନ ପର୍ବପର୍ବାଣୀ, ବିବାହ ଏବଂ ଉତ୍ସବରେ ଆଲୋକ କିପରି ସମସ୍ତଙ୍କୁ ଏକାଠି ବାନ୍ଧିରଖେ ତାହାକୁ ଦର୍ଶାଉଛି। ଆନନ୍ଦ, ଆଶା ଏବଂ ଏକତାଶୀଳ ଚିରନ୍ତନର ପ୍ରତୀକ ଭାବରେ ଆଲୋକ ସମ୍ପର୍କର ଅନୁଭୂତି ସୃଷ୍ଟି କରେ, ଯାହାକୁ ‘ଲାଇଟ୍‌ସ୍କେପ୍ସ’ ପିନ୍ଧିବା ଯୋଗ୍ୟ ଆଭୂଷଣରେ ରୂପାନ୍ତରିତ କରୁଛି। ଝରୁଥିବା ଆଲୋକମାଳା, ଜଳରେ ପ୍ରତିଫଳିତ ନଦୀର ଦୃଶ୍ୟ, ମିଟିମିଟି ଶିଖା ଏବଂ ଉତ୍ସବର ଅନ୍ୟାନ୍ୟ ଆଲୋକିତ ଦୃଶ୍ୟରୁ ପ୍ରେରଣା ନେଇ ଏହି କଲେକ୍ସନ୍‌ରେ ଆଧୁନିକ ଗହଣା ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ବ୍ୟାପକ ଶୈଳୀ ସହିତ, ନିଜର ପାର୍ବଣ ଲୁକ୍‌କୁ ନୂଆ ରୂପ ଦେବା ପାଇଁ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ପାଇଁ କିଛି ଖାସ୍ ପରିଧାନ କରିବା ପାଇଁ ଏହା ଏକ ଆକର୍ଷଣୀୟ ବିକଳ୍ପ।
ଉପହାର ଦେବାର ଆକର୍ଷଣକୁ ଆହୁରି ସୁଦୃଢ଼ କରି, ଏହି କଲେକ୍ସନ୍‌ର ଅଧିକାଂଶ ଫାଇନ୍ ଜୁଏଲେରୀ ୫୦,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ, ଯାହା ନିଜ ପାଇଁ କିଣିବା ସହ ବିଶେଷ ଅବସରରେ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଏକ ସୁଲଭ ଓ ଭଲ ପସନ୍ଦ ହୋଇପାରିବ। ୯ କ୍ୟାରେଟ୍ ଏବଂ ୧୪ କ୍ୟାରେଟ୍ ସୁନାରେ ଉପଲବ୍ଧ ଏହି କଲେକ୍ସନ୍‌ରେ ମନୋରମ ଝୁମୁକା, ସ୍କଲ୍ପଚରାଲ୍ ଡାଙ୍ଗଲର୍ସ, ନେକ୍‌ଲେସ୍‌, ପେଣ୍ଡାଣ୍ଟ୍‌, ଆଙ୍ଗୁଠି ପାଇଁ ମୁଦି ଏବଂ ବ୍ରେସ୍‌ଲେଟ୍ ଆଦି ରହିଛି, ଯାହା ସାଧାରଣ ଦୈନନ୍ଦିନ ବ୍ୟବହାରଠାରୁ ଆରମ୍ଭ କରି ପାର୍ବଣ ଅବସର ପାଇଁ ଷ୍ଟେଟ୍‌ମେଣ୍ଟ୍ ଡିଜାଇନ୍ ପର୍ଯ୍ୟନ୍ତ ବ୍ୟାପ୍ତ ସମ୍ଭାରର ଅନ୍ତର୍ଭୁକ୍ତ । ଏହି କଲେକ୍ସନ୍‌କୁ ଯାହା ଆହୁରି ସ୍ୱତନ୍ତ୍ର କରୁଛି, ତାହା ହେଉଛି ଏହାର ଡିଜାଇନ୍ ଶୈଳୀ—ଯେଉଁଥିରେ ସୁନାର ତରଳ ଆକୃତି, ସୂକ୍ଷ୍ମ ହୀରା ସଜ୍ଜା, ସ୍ତରୀୟ ଆକୃତି ଏବଂ ଅନନ୍ୟ ପୃଷ୍ଠଭୂମି ଗଠନ ରହିଛି ଯାହା ଆଲୋକକୁ ସୁନ୍ଦର ଭାବରେ ପ୍ରତିଫଳିତ କରେ। ସ୍ୱତନ୍ତ୍ର ସର୍ଫେସ୍‌-ଫିନିଶିଂ କୌଶଳ ସୁନା ଡିଜାଇନ୍‌ରେ ଗଭୀରତା, ପରିମାଣ ଏବଂ ଏକ ଚମତ୍କାର ପ୍ରଭାବ ଯୋଗ କରେ, ଯାହା ପ୍ରତ୍ୟେକ ଗହଣାକୁ ଆଧୁନିକ ରୂପ ଦିଏ। ମିଆର ‘ପ୍ରେସିଅସ୍‌, ଏଭ୍ରିଡେ’ ଦର୍ଶନରେ ପର୍ଯ୍ୟବସିତ, ‘ଲାଇଟ୍‌ସ୍କେପ୍ସ’ ଏପରି ଗହଣାକୁ ଆପଣାଏ ଯାହା କେବଳ ବିଶେଷ ଅବସର ମଧ୍ୟରେ ସୀମିତ ନରହି ବ୍ୟକ୍ତିଗତ ଶୈଳୀର ଅଭିବ୍ୟକ୍ତି ପାଲଟେ।
କଲେକ୍ସନ୍‌ରେ ଏକ ଜୀବନ୍ତ ଆକର୍ଷଣ ଯୋଗ କରି, ‘ମିଆ ଲାଇଟ୍‌ସ୍କେପ୍ସ – କଲର୍ ଏଡିଟ୍‌’ ୯ କ୍ୟାରେଟ୍ ସୁନାରେ ନିର୍ମିତ ୬୭ଟି ଡିଜାଇନ୍ ପ୍ରଦର୍ଶିତ କରୁଛି, ଯେଉଁଥିରେ ସ୍ୱତନ୍ତ୍ର କଟ୍‌ରେ ରଙ୍ଗୀନ ପଥର ରହିଛି—ଯେପରିକି କଷ୍ଟମ୍ ତିଲକ, ହେକ୍ସାଗୋନାଲ୍‌, କାଇଟ୍‌, ବ୍ୟାଗେଟ୍ ଏବଂ ଅକ୍ଟାଗୋନାଲ୍ ଆକୃତିର ରହିଛି। ଏହି ଏଡିଟ୍‌ରେ ଦୈନନ୍ଦିନ ଷ୍ଟଡ୍‌, ରଙ୍ଗୀନ ପେଣ୍ଡାଣ୍ଟ, ଷ୍ଟାକେବୁଲ୍ ମୁଦି, ବୋଲ୍ଡ କକ୍‌ଟେଲ୍ ମୁଦି ଏବଂ ଆକର୍ଷଣୀୟ ଲାରିଆଟ୍ ନେକ୍‌ଲେସ୍ ଶୋଭାପାଉଛି। ଏହାର ମୁଖ୍ୟ ଆକର୍ଷଣ ମଧ୍ୟରେ ନବରତ୍ନ ଗହଣାର ଆଧୁନିକ ରୂପ, ପରିବର୍ତ୍ତନଶୀଳ ହୁପ୍ସ ଏବଂ ଡ୍ରପ୍ ଇୟରରିଙ୍ଗ୍‌ସ ଅନ୍ତର୍ଭୁକ୍ତ ଯାହା ଏକାଧିକ ଷ୍ଟାଇଲିଂ ସମ୍ଭାବନା ପ୍ରଦାନ କରୁଛି। ରଙ୍ଗର ମନୋରମ ବ୍ୟବହାର, ସ୍ୱତନ୍ତ୍ର ରତ୍ନପଥର କଟ୍ ଏବଂ ବହୁମୁଖୀ ଡିଜାଇନ୍ ସହିତ, କଲର୍ ଏଡିଟ୍ ପାର୍ବଣ ପୋଷାକକୁ ଏକ ନୂଆ ଲୁକ୍ ଦେବା ସହିତ ଦୈନନ୍ଦିନ ଶୈଳୀ ପାଇଁ ସମାନ ଭାବରେ ଉପଯୋଗୀ ହୋଇଛି।
ଏହି ଶୁଭାରମ୍ଭ ସମ୍ପର୍କରେ ମିଆ ବାଏ ତନିଷ୍କର ବିଜନେସ୍ ହେଡ୍ ଶ୍ରୀମତୀ ଶ୍ୟାମଳା ରମଣନ୍ କହିଛନ୍ତି, “ପାର୍ବଣ ଋତୁ ଗହଣାକୁ କେବଳ ଅବସର-ଭିତ୍ତିକ କ୍ରୟରୁ ଆଗକୁ ନେଇ ବ୍ୟକ୍ତିଗତ ଶୈଳୀ ଏବଂ ସ୍ୱତନ୍ତ୍ରତାର ଏକ ବ୍ୟକ୍ତିଗତ ଅଭିବ୍ୟକ୍ତିରେ ପରିଣତ କରିବାର ସୁଯୋଗ ଦିଏ। ଆମେ ଦେଖୁଛୁ ଯେ ଗ୍ରାହକମାନେ ଅଧିକରୁ ଅଧିକ ଏପରି ଡିଜାଇନ୍ ଆଡ଼କୁ ଆକୃଷ୍ଟ ହେଉଛନ୍ତି ଯାହା ଆଧୁନିକ ସୌନ୍ଦର୍ଯ୍ୟ ସହିତ ବହୁମୁଖୀ ବ୍ୟବହାରର ସନ୍ତୁଳନ ରକ୍ଷା କରେ, ଯାହା ସେମାନଙ୍କୁ ଗହଣାକୁ ସେମାନଙ୍କର ଉତ୍ସବ ଏବଂ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ସୁଯୋଗ ଦିଏ। ‘ଲାଇଟ୍‌ସ୍କେପ୍ସ’ ସହିତ, ଆମେ ଏହି ପରିବର୍ତ୍ତନକୁ ଏପରି ଏକ କଲେକ୍ସନ୍‌ରେ ରୂପାନ୍ତରିତ କରୁଛୁ ଯାହା ପାର୍ବଣର ପ୍ରେରଣା, ସ୍ୱତନ୍ତ୍ର ଡିଜାଇନ୍ ଏବଂ ଦୈନନ୍ଦିନ ପ୍ରାସଙ୍ଗିକତାକୁ ଏକାଠି ଆଣିଥାଏ। ଆମର ବୃଦ୍ଧିପାଉଥିବା ଖୁଚୁରା ଉପସ୍ଥିତି ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ, ଆମେ ଆଧୁନିକ ଫାଇନ୍ ଜୁଏଲେରୀକୁ ଅଧିକ ସୁଲଭ କରିବା ସହ ଆଧୁନିକ ଗ୍ରାହକଙ୍କ ସହିତ ମିଆର ସମ୍ପର୍କକୁ ଏବଂ ଦୈନନ୍ଦିନ ଫାଇନ୍ ଜୁଏଲେରୀ କ୍ଷେତ୍ରରେ ଆମର ସ୍ଥାନକୁ ଆହୁରି ମଜବୁତ୍ କରିବାକୁ ଲକ୍ଷ୍ୟ ରଖିଛୁ।”
କଲେକ୍ସନ୍ ପଛରେ ଥିବା ସୃଜନଶୀଳ ଦୃଷ୍ଟିକୋଣ ବାଣ୍ଟି ମିଆ ବାଏ ତନିଷ୍କର ଡିଜାଇନ୍ ମୁଖ୍ୟ ଶ୍ରୀମତୀ ଇଷିତା କୁମାର କହିଛନ୍ତି, “ସଂସ୍କୃତି ଏବଂ ଉତ୍ସବଗୁଡ଼ିକରେ ଆଲୋକ ସବୁବେଳେ ଆନନ୍ଦ, ଆଶା ଏବଂ ଏକତାର ଏକ ସାର୍ବଜନୀନ ପ୍ରତୀକ ହୋଇରହିଛି। ‘ଲାଇଟ୍‌ସ୍କେପ୍ସ’ ସହିତ, ଆମେ ଆଲୋକିତ କରିବାର ଦୃଶ୍ୟ ଭାଷା ମାଧ୍ୟମରେ ଏହି ଭାବନାକୁ ପାଳନ କରୁଛୁ। ପାର୍ବଣ ଆଲୋକମାଳାକୁ ସ୍ତରୀୟ ନେକ୍‌ଲେସ୍ ଏବଂ କାସକେଡିଂ ଚେନ୍ ସହିତ ହୁପ୍ସ ଭାବରେ ପୁନଃକଳ୍ପନା କରାଯାଇଛି, ଯାହା ଏକ ଆକର୍ଷଣୀୟ ଓ ସହଜ ଲୁକ୍ ସୃଷ୍ଟି କରେ ଯାହା ଆଧୁନିକ ପୋଷାକକୁ ସୁନ୍ଦର ଭାବେ ସୁହାଏ। ଏଗୁଡ଼ିକ ଏପରି ଗହଣା ଯାହାକୁ ପିନ୍ଧି ଆନନ୍ଦ ନିଆଯାଇପାରିବ, ଲକରରେ ସଞ୍ଚି ରଖିବା ପାଇଁ ନୁହେଁ। ଭାରତୀୟ ନଦୀଗୁଡ଼ିକରେ ଭାସୁଥିବା ଦୀପର ଚମକ ହୀରା ଖଚିତ ଓପନ୍ ରିଙ୍ଗକୁ ପ୍ରେରଣା ଦେଉଥିବା ବେଳେ ଦୀପଶିଖାର ଗତି କଲେକ୍ସନ୍‌ର ନାରୀସୁଲଭ ନେକ୍‌ଲେସ୍ ଡିଜାଇନ୍‌କୁ ଆକାର ଦେଇଥାଏ। ‘ଲାଇଟ୍‌ସ୍କେପ୍ସ’ ସହିତ, ଆମେ ଏପରି ଗହଣା ମାଧ୍ୟମରେ ପାର୍ବଣ ଋତୁକୁ ଜୀବନ୍ତ କରିପାରିଛୁ ଯାହା ପିନ୍ଧିବା, ଆଦର କରିବା ଏବଂ ମନଭରି ଉପଭୋଗ ପାଇଁ ପ୍ରସ୍ତୁତ କରାଯାଇଛି।”
ସାରା ଦେଶରେ ଥିବା ୩୨୦ରୁ ଅଧିକ ମିଆ ବାଏ ତନିଷ୍କ ଷ୍ଟୋର, ମିଆ ଆପ୍ ଏବଂ ଜ୍ଞସବଭଚ୍ଚଗ୍ଧବଦ୍ଭସଗ୍ଦଷକ୍ତ.ମକ୍ଟଜ୍ଞ ରେ ‘ଲାଇଟ୍‌ସ୍କେପ୍ସ’ କଲେକ୍ସନ୍‌ର ଅନୁଭୂତି ନିଅନ୍ତୁ।

Share

Leave a Reply

Your email address will not be published. Required fields are marked *

one − one =