Business

ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସୁରକ୍ଷାର ନୂତନ ସଂଜ୍ଞା, ପ୍ରଥମ ଦିନରୁ ଇଣ୍ଡଷ୍ଟ୍ରି-ଫର୍ଷ୍ଟ ୩୦ ଗୁଣା ଲାଇଫ୍ କଭର

ଭୁବନେଶ୍ୱର : ଅଧିକାଂଶ ପରିବାର ପାଇଁ ଆର୍ôଥକ ଯୋଜନା ଦୁଇଟି ପ୍ରତିଶ୍ରୁତି ଉପରେ ଆଧାରିତ ରହିଥାଏ। ଯାହା ଭବିଷ୍ୟତର ଲକ୍ଷ୍ୟଗୁଡ଼ିକ ପାଇଁ ସଞ୍ଚୟ ବୃଦ୍ଧି କରିବା ଏବଂ ଅପ୍ରତ୍ୟାଶିତ ଘଟଣା ଘଟିଲେ ପ୍ରିୟଜନମାନେ ଯେପରି ଆର୍ôଥକ ଦୃଷ୍ଟିରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା। ଅନେକ ସମୟରେ ଗ୍ରାହକଙ୍କୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିଥାଏ—ସାଧାରଣ ଲାଇଫ୍ କଭର୍ ସହିତ ସଞ୍ଚୟ ଯୋଜନା ନଚେତ୍ ପରିପକ୍ୱତା ପେ-ଆଉଟ୍ ନଥିବା କେବଳ ସୁରକ୍ଷା ଯୋଜନା। ଆଜିକାଲିର ପରିବାରଗୁଡ଼ିକ ଏହି ଦୁଇଟିଯାକ ଚାହାଁନ୍ତି: ପ୍ରଥମ ଦିନରୁ ଅଧିକ ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ଏକ ଗ୍ୟାରେଣ୍ଟିଯୁକ୍ତ ପାଣ୍ଠିର ଆଶ୍ୱାସନା। ଏହି ଆବଶ୍ୟକତାକୁ ପୂରଣ କରି, ଟାଟା ଏଆଇଏ ଲାଇଫ୍ ଇନ୍‌ସୋରାନ୍ସ ଏହାର ‘ଟାଟା ଏଆଇଏ ଫର୍ଚୁନ୍ ଗ୍ୟାରେଣ୍ଟି ସୁପ୍ରିମ୍‌’ କୁ ଏକ ‘ହାଇ ଲାଇଫ୍ କଭର୍ ଏଣ୍ଡୋମେଣ୍ଟ୍ ଅପ୍ସନ୍‌’ ସହିତ ପ୍ରସ୍ତୁତ କରିଛି। ପ୍ରଯୁଜ୍ୟ ସର୍ତ୍ତାବଳୀ ଅଧୀନରେ, ଏହା ପ୍ରଥମ ଦିନରୁ ବାର୍ଷିକ ପ୍ରିମିୟମର ୩୦ ଗୁଣା ଲାଇଫ୍ କଭର୍ ସହିତ ପଲିସି ଅବଧି ଶେଷରେ ଏକ ଗ୍ୟାରେଣ୍ଟିଯୁକ୍ତ ଏକକାଳୀନ ମ୍ୟାଚୁରିଟି ଲାଭ ପ୍ରଦାନ କରୁଛି।
ଗ୍ରାହକଙ୍କ ପାଇଁ ଏହି ଗୋଟିଏ ପ୍ଲାନ୍ ଯାହା ଦୁଇଟି କାର୍ଯ୍ୟ ସମ୍ପାଦନ କରୁଛି: ପଲିସି ଆରମ୍ଭ ହେବା ମାତ୍ରେ ଏହା ସେମାନଙ୍କ ପରିବାରକୁ ଅଧିକ ଆର୍ôଥକ ସୁରକ୍ଷା ଦେଉଛି ତତସହିତ ଜୀବନର ବିଭିନ୍ନ ଲକ୍ଷ୍ୟ କିମ୍ବା ଏକ ସ୍ଥାୟୀ ପାରିବାରିକ ଆର୍ôଥକ ସୁରକ୍ଷା ପାଇଁ ଗ୍ୟାରେଣ୍ଟିଯୁକ୍ତ ପାଣ୍ଠି ଗଠନ କରେ। ଯୋଗ୍ୟତା ଅନୁଯାୟୀ, ମାତ୍ର ୫ ବର୍ଷର ପ୍ରିମିୟମ୍ ଦେୟ ଏବଂ ୫୦ ବର୍ଷ ପର୍ଯ୍ୟନ୍ତ କଭରେଜ୍ ସହିତ, ଗ୍ରାହକମାନେ ସେମାନଙ୍କର ଆର୍ôଥକ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ସହିତ ପ୍ରିୟଜନଙ୍କୁ ଦୀର୍ଘମିଆଦୀ ସୁରକ୍ଷା ଦେଇପାରିବେ।
ସମୃଦ୍ଧ “ଫର୍ଚୁନ୍ ଗ୍ୟାରେଣ୍ଟି ସୁପ୍ରିମ୍‌’ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି—ହାଇ ଲାଇଫ୍ କଭର୍ ଏଣ୍ଡୋମେଣ୍ଟ୍ ଅପ୍ସନ୍ ଅଧୀନରେ ପ୍ରଥମ ଦିନରୁ ୩୦ ଗୁଣା ଲାଇଫ୍ କଭର, ଗ୍ୟାରେଣ୍ଟିଯୁକ୍ତ ଏକକାଳୀନ ମ୍ୟାଚୁରିଟି ଲାଭ, ଏବଂ ଯୋଗ୍ୟତା ଅନୁଯାୟୀ ୨୦ ରୁ ୫୦ ବର୍ଷର ପଲିସି ଅବଧି। ଏଥିରେ ୫ ରୁ ୧୨ ବର୍ଷର ପ୍ରିମିୟମ୍ ପରିଶୋଧ ଅବଧି ସହିତ ବାର୍ଷିକ, ଅର୍ଦ୍ଧବାର୍ଷିକ, ତ୍ରୈମାସିକ ଏବଂ ମାସିକ ପ୍ରିମିୟମ୍ ପରିଶୋଧ ବିକଳ୍ପ ରହିଛି। ପ୍ରବେଶ ବୟସ ୩୦ ଦିନରୁ ଆରମ୍ଭ ହୋଇ ସର୍ବାଧିକ ମ୍ୟାଚୁରିଟି ବୟସ ୧୦୦ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ବାର୍ଷିକ ସର୍ବନିମ୍ନ ପ୍ରିମିୟମ୍ ୨୪,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି, ଯାହାର ସର୍ବାଧିକ ସୀମା ନାହିଁ। ନାବାଳକମାନଙ୍କ ସମେତ ପଲିସି ଆରମ୍ଭ ହେବା ମାତ୍ରେ ରିସ୍କ କଭର୍ ଆରମ୍ଭ ହୁଏ ଏବଂ ପ୍ରଚଳିତ କର ଆଇନ୍ ଅଧୀନରେ ଟିକସ ରିହାତି ସୁବିଧା ସହ ୭.୦୬ ପ୍ରତିଶତର ଆଇଆରଆର୍ ପ୍ରଦାନ କରାଯାଏ। ପ୍ରୋଡକ୍ଟ ପ୍ରେଜେଣ୍ଟେସନ୍‌ରେ ୩୦ ଗୁଣା ଲାଇଫ୍ କଭର୍ ପ୍ରସ୍ତାବକୁ ପ୍ରଥମ ଶିଳ୍ପ-ଉଦ୍ୟମ ଭାବରେ ଦର୍ଶାଯାଇଛି, ଯାହା ୫୦ ବର୍ଷ ପର୍ଯ୍ୟନ୍ତ ପଲିସି ଅବଧି ଏବଂ ରାଇଡର୍ ମାଧ୍ୟମରେ ସୁରକ୍ଷା ବୃଦ୍ଧି କରିବାର ବିକଳ୍ପକୁ ହାଇଲାଇଟ୍ କରୁଛି।
ସୁରକ୍ଷା ଏବଂ ଦୀର୍ଘକାଳୀନ ସଞ୍ଚୟକୁ ଏକାଠି ଆଣିବା ପାଇଁ ହାଇ ଲାଇଫ୍ କଭର୍ ଏଣ୍ଡୋମେଣ୍ଟ୍ ଅପ୍ସନ୍ ସେହି ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ତତକ୍ଷଣାତ୍ ଲାଇଫ୍ ସୁରକ୍ଷା ଏବଂ ଗ୍ୟାରେଣ୍ଟିଯୁକ୍ତ ଦୀର୍ଘକାଳୀନ ସଞ୍ଚୟର ସଂମିଶ୍ରଣ ଚାହାଁନ୍ତି। ଗ୍ରାହକମାନେ ୫ ରୁ ୧୨ ବର୍ଷ ମଧ୍ୟରେ ପ୍ରିମିୟମ୍ ପରିଶୋଧ ଅବଧି ବାଛିପାରିବେ, ଯେତେବେଳେ କି ଯୋଗ୍ୟତା ଅନୁଯାୟୀ ପଲିସି ୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ସମଗ୍ର ପଲିସି ଅବଧି ମଧ୍ୟରେ ଲାଇଫ୍ କଭର୍ ବଳବତ୍ତର ରହିଥାଏ, ଯାହା ଗ୍ରାହକମାନଙ୍କୁ ସେମାନଙ୍କର ଦୀର୍ଘକାଳୀନ ଆର୍ôଥକ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ସହିତ ସୁରକ୍ଷା ବଜାୟ ରଖିବାକୁ ସକ୍ଷମ କରୁଛି। ଏହି ଯୋଜନା ବ୍ୟକ୍ତିବିଶେଷଙ୍କୁ ଦୀର୍ଘକାଳୀନ ଆର୍ôଥକ ଲକ୍ଷ୍ୟ ଯେପରିକି ପାଣ୍ଠି ଗଠନ, ପରିବାର ପାଇଁ ଏକ ଆର୍ôଥକ ଐତିହ୍ୟ ସୃଷ୍ଟି କରିବା କିମ୍ବା ଭବିଷ୍ୟତର ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରୁଛି।
ଏହି ଯୋଜନା ସମ୍ପର୍କରେ ଟାଟା ଏଆଇଏ ଲାଇଫ୍ ଇନ୍‌ସୋରାନ୍ସର ସିନିୟର ଭାଇସ୍ ପ୍ରେସିଡେଣ୍ଟ୍ ଏବଂ ପ୍ରୋଡକ୍ଟ ମ୍ୟାନେଜମେଣ୍ଟ୍ ହେଡ୍ ଶ୍ରୁତି ଓକେ କହିଛନ୍ତି, “ଆର୍ôଥକ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆଜି ନିଜ ପ୍ରିୟଜନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଆଗାମୀ କାଲି ପାଇଁ ପ୍ରସ୍ତୁତ ହେବା। ଫର୍ଚୁନ୍ ଗ୍ୟାରେଣ୍ଟି ସୁପ୍ରିମ୍‌ର ଅଭିବୃଦ୍ଧି ସହିତ, ଆମେ ଗ୍ୟାରେଣ୍ଟିଯୁକ୍ତ ସଞ୍ଚୟର ନିଶ୍ଚିତତା ସହିତ ଉଚ୍ଚ ସ୍ତରର ଲାଇଫ୍ ସୁରକ୍ଷାକୁ ଏକାଠି ଆଣୁଛୁ। ହାଇ ଲାଇଫ୍ କଭର୍ ଏଣ୍ଡୋମେଣ୍ଟ୍ ଅପ୍ସନ୍ ଗ୍ରାହକମାନଙ୍କୁ ପ୍ରଥମ ଦିନରୁ ଯଥେଷ୍ଟ ଲାଇଫ୍ କଭର୍ ପ୍ରଦାନ କରେ, ଯାହା ସେମାନଙ୍କୁ ସେମାନଙ୍କର ଦୀର୍ଘକାଳୀନ ଆର୍ôଥକ ଲକ୍ଷ୍ୟ ଉପରେ ମନୋନିବେଶ କରିବାକୁ ସୁଯୋଗ ଦିଏ। ଭାରତୀୟ ପରିବାରଗୁଡ଼ିକର ବଦଳୁଥିବା ଆବଶ୍ୟକତା ପାଇଁ ଦୀର୍ଘକାଳୀନ ଆର୍ôଥକ ଯୋଜନାକୁ ଆହୁରି ପ୍ରାସଙ୍ଗିକ କରିବା ପାଇଁ ଏହା ଆମର ଏକ ପ୍ରୟାସ।”
ଗ୍ରାହକମାନେ ସମ୍ପୃକ୍ତ ରାଇଡର୍ ସର୍ତ୍ତାବଳୀ ଅଧୀନରେ ଐଚ୍ଛିକ ରାଇଡର୍ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଆହୁରି ବୃଦ୍ଧି କରିପାରିବେ। ‘ବେନିଫିଟ୍ ପ୍ରୋଟେକ୍ସନ୍ ରାଇଡର’ ମୃତ୍ୟୁ କିମ୍ବା ମାରାତ୍ମକ ରୋଗ କ୍ଷେତ୍ରରେ ଭବିଷ୍ୟତର ପ୍ରିମିୟମ୍ ଛାଡ଼ର ସୁବିଧା ପ୍ରଦାନ କରେ, ଯେତେବେଳେ କି ପଲିସି ଏବଂ ଏହାର ପ୍ରଯୁଜ୍ୟ ଲାଭଗୁଡ଼ିକ ବିନା ପ୍ରିମିୟମ୍ ଦେୟରେ ଚାଲୁରହେ। ‘ଟର୍ମିନାଲ୍ ଇଲ୍‌ନେସ୍ ୱିଥ୍ ଟର୍ମ୍ ବୋଷ୍ଟର୍ ବେନିଫିଟ୍‌’ ମାରାତ୍ମକ ରୋଗ ଏବଂ ମୃତ୍ୟୁ କ୍ଷେତ୍ରରେ ଅତିରିକ୍ତ ସୁରକ୍ଷା ଯୋଗାଇଥାଏ। ପ୍ରୋଡକ୍ଟ ପ୍ରେଜେଣ୍ଟେସନ୍‌ରେ “ଟର୍ମିନାଲ୍ ଇଲ୍‌ନେସ୍ ୱିଥ୍ ଟର୍ମ୍ ବୋଷ୍ଟର୍ ବେନିଫିଟ୍‌’ ମାଧ୍ୟମରେ ଲାଇଫ୍ କଭର୍ ବୃଦ୍ଧି କରିବାର ବିକଳ୍ପକୁ ମଧ୍ୟ ଦର୍ଶାଯାଇଛି, ଯେଉଁଥିରେ ପ୍ରଯୁଜ୍ୟ ସର୍ତ୍ତାବଳୀ ଅଧୀନରେ ମୋଟ ଲାଇଫ୍ କଭର୍ ବାର୍ଷିକ ପ୍ରିମିୟମର ୪୦ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ।

Share

Leave a Reply

Your email address will not be published. Required fields are marked *

2 × 4 =