ଡିଜାଇନ୍ ଉତ୍କର୍ଷତା ପାଇଁ ‘ନର୍ଟନ୍ ମ୍ୟାଙ୍କ୍ସ ଆର’ ଜିତିଲା ରେଡ୍ ଡଟ୍: ବେଷ୍ଟ୍ ଅଫ୍ ଦି ବେଷ୍ଟ୍ ପୁରସ୍କାର
ଭୁବନେଶ୍ୱର: ନର୍ଟନ୍ ମୋଟର୍ସାଇକଲ୍ସ ୨୦୨୬ ରେଡ୍ ଡଟ୍ ଆୱାର୍ଡ: ଡିଜାଇନ୍ କନସେପ୍ଟରେ ମ୍ୟାଙ୍କ୍ସ ଆର୍ ପାଇଁ ‘ରେଡ୍ ଡଟ୍: ବେଷ୍ଟ୍ ଅଫ୍ ଦି ବେଷ୍ଟ୍’ ପୁରସ୍କାର ହାସଲ କରିଛି, ଯାହା ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଡିଜାଇନ୍ ପ୍ରତିଯୋଗିତାର ସବୁଠାରୁ ଆକାଂକ୍ଷିତ ସମ୍ମାନଗୁଡ଼ିକ ମଧ୍ୟରୁ ଅନ୍ୟତମ।
କାର୍ ଏବଂ ମୋଟରସାଇକେଲ୍ ବର୍ଗରେ ପ୍ରଦତ୍ତ ଏହି ସମ୍ମାନ ନର୍ଟନ୍ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ସଫଳତା ଏବଂ ବ୍ରାଣ୍ଡ୍ର ପୁନଃଚିତ୍ରଣ କେନ୍ଦ୍ରରେ ଥିବା ସୃଜନଶୀଳ ଦିଗକୁ ଏକ ଦୃଢ଼ତାର ସହ ପ୍ରତିପାଦନ କରୁଛି। ଏହା ସ୍ୱତନ୍ତ୍ର, ସରଳୀକୃତ ଡିଜାଇନ୍ ଏବଂ ଭାବାତ୍ମକ ଆକର୍ଷଣ ମାଧ୍ୟମରେ ବିଶ୍ୱର ସବୁଠାରୁ ଆକର୍ଷଣୀୟ ମୋଟରସାଇକେଲ୍ ନିର୍ମାଣ କରିବା ପାଇଁ ନର୍ଟନ୍ର ଲକ୍ଷ୍ୟକୁ ସୁଦୃଢ଼ କରୁଛି। ଏହି ପୁରସ୍କାର ନର୍ଟନ୍ର ଡିଜାଇନ୍ ଟିମ୍ର ସୃଜନଶୀଳତାକୁ ସମ୍ମାନିତ କରୁଛି।
ପୁରସ୍କାର ଗ୍ରହଣ କରି ନର୍ଟନ୍ ମୋଟର୍ସାଇକଲ୍ସର ଡିଜାଇନ୍ ମୁଖ୍ୟ ସାଇମନ୍ ସ୍କିନର୍ କହିଛନ୍ତି: “”ବେଷ୍ଟ୍ ଅଫ୍ ଦି ବେଷ୍ଟ୍’ ହେଉଛି ରେଡ୍ ଡଟ୍ ଦ୍ୱାରା ଦିଆଯାଉଥିବା ସର୍ବୋଚ୍ଚ ସ୍ୱୀକୃତି, ଏବଂ ଏହାର ଶ୍ରେୟ ମ୍ୟାଙ୍କ୍ସ ଆର୍କୁ ବାସ୍ତବ ରୂପ ଦେଇଥିବା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଯାଉଛି। ଏହି ସ୍ୱୀକୃତି ଅଧିକ ମହତ୍ତ୍ୱ ପୂର୍ଣ୍ଣ ହୋଇଯାଉଛି, ଯେତେବେଳେ ଜୁରୀ କେବଳ କଳ୍ପନାତ୍ମକ ଡିଜାଇନ୍କୁ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ପ୍ରସ୍ତୁତ ମୋଟରସାଇକେଲକୁ ସ୍ୱୀକୃତି ଦେଉଛନ୍ତି, ଯାହାକୁ ଗ୍ରାହକମାନେ ବର୍ତ୍ତମାନ ଦେଖିପାରିବେ, ସ୍ପର୍ଶ କରିପାରିବେ ଏବଂ ଚଳାଇପାରିବେ।”
“ମ୍ୟାଙ୍କ୍ସ ଆର୍ ସହିତ, ଆମେ ଏକ ଅନନ୍ୟ ଉପସ୍ଥିତି ବିଶିଷ୍ଟ ମୋଟରସାଇକେଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲୁ, ଯେଉଁଥିରେ ଅନୁପାତ, ସରଳୀକୃତ ଡିଜାଇନ୍ ଏବଂ ପ୍ରତ୍ୟେକ ସୂକ୍ଷ୍ମ ବିବରଣୀ ଏହାର ଆକର୍ଷଣୀୟତାକୁ ବୃଦ୍ଧି କରୁଛି। ଏହି ସ୍ୱୀକୃତି ଆମ ଦଳର ସୃଜନଶୀଳତା ଓ ପ୍ରତିବଦ୍ଧତା ସହିତ ମୋଟରସାଇକେଲ୍ ଚାଳନାରେ ଆଧୁନିକତାର ଏକ ସ୍ୱତନ୍ତ୍ର ସ୍ୱାଦ ଆଣିବାର ଆମର ମହତ୍ତ୍ୱାକାଂକ୍ଷାକୁ ସମ୍ମାନିତ କରୁଛି।”
ମ୍ୟାଙ୍କ୍ସ ଆରରେ ଥିବା ଫେରିଂ, ଟ୍ୟାଙ୍କ୍ ଏବଂ ଟେଲ୍ ଏକ ସମନ୍ୱିତ ଆକୃତି ପ୍ରଦାନ କରୁଛି, ଯେତେବେଳେ କି ଉନ୍ମୁକ୍ତ ଯାନ୍ତ୍ରିକ ଅଂଶଗୁଡ଼ିକୁ ମୂର୍ତ୍ତିକଳା ଶୈଳୀରେ ପ୍ରଦର୍ଶିତ କରାଯାଇଛି। ସମୃଦ୍ଧ ଫିନିଶିଂ, ସ୍ପର୍ଶାନୁଭୂତିପୂର୍ଣ୍ଣ ନିୟନ୍ତ୍ରଣ ଏବଂ ଯତ୍ନର ସହିତ ଲୁକାୟିତ ଫିକ୍ସିଂଗୁଡ଼ିକ ଏପରି ଏକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଯେଉଁଥିରେ ପ୍ରତ୍ୟେକ ଉପାଦାନ ମୋଟରସାଇକେଲ୍ର ରୂପ ଏବଂ ଆକର୍ଷଣରେ ଯୋଗଦାନ କରୁଛି।
ମ୍ୟାଙ୍କ୍ସ ଆର୍ ନର୍ଟନ୍ର ଚାରୋଟି ମୁଖ୍ୟ ଡିଜାଇନ୍ ନୀତିକୁ ପ୍ରତିଫଳିତ କରେ: ଆଧୁନିକତା, ସମନ୍ୱୟ, ନାଟକୀୟତା ଏବଂ ସଂଯୋଗ। ଏହାର ପ୍ରସ୍ତୁତି ଦିଗ ନର୍ଟନ୍ ମୋଟର୍ସାଇକଲ୍ସର ମୁଖ୍ୟ ଡିଜାଇନିଂ ପରାମର୍ଶଦାତା ପ୍ରଫେସର ଗେରି ମ୍ୟାକ୍ଗଭର୍ନ୍ ଓବିଇଙ୍କ ସହିତ ପ୍ରସ୍ତୁତ ହୋଇଥିଲା ଏବଂ ସାଇମନ୍ ସ୍କିନର୍ ଓ ନର୍ଟନ୍ର ଅଭ୍ୟନ୍ତରୀଣ ଡିଜାଇନ୍ ଓ ଇଞ୍ଜିନିୟରିଂ ଟିମ୍ ଦ୍ୱାରା ଏହା ବାସ୍ତବ ରୂପ ନେଇଥିଲା। ଏକାଠି, ସେମାନେ ବ୍ରାଣ୍ଡ୍ର ସ୍ୱତନ୍ତ୍ର ପରିଚୟକୁ ଭବିଷ୍ୟତର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ଯୋଡ଼ି ସାମୁହିକ ଭାବେ ନର୍ଟନ୍ର ଐତିହ୍ୟର ଏକ ସମକାଳୀନ ଅଭିବ୍ୟକ୍ତି ବିକଶିତ କରିଛନ୍ତି।
‘ରେଡ୍ ଡଟ୍’ ସ୍ୱୀକୃତି ୨୦୨୬ ଆନ୍ତର୍ଜାତୀୟ ଡିଜାଇନ୍ ଏକ୍ସଲେନ୍ସ ଆୱାର୍ଡରେ ମ୍ୟାଙ୍କ୍ସ ଆରର ପୁରସ୍କାରରେ ସମ୍ମାନିତ ହେବା ପରେ ଲାଭ କରିଛି । ଏହି ଦୁଇଟି ଆନ୍ତର୍ଜାତୀୟ ସମ୍ମାନ ନର୍ଟନ୍ର ଡିଜାଇନ୍ କ୍ଷମତା ଏବଂ ଏକ ଆଧୁନିକ ବିଳାସପୂର୍ଣ୍ଣ ପରଫୋର୍ମାନ୍ସ ବ୍ରାଣ୍ଡ୍ ଭାବରେ ଏହାର ଉତ୍ଥାନକୁ ଦର୍ଶାଉଛି।
ନର୍ଟନ୍ର ଡିଜାଇନ୍ ମହତ୍ତ୍ୱାକାଂକ୍ଷା କେବଳ ମୋଟରସାଇକେଲ୍ ମଧ୍ୟରେ ସୀମିତ ନୁହେଁ। ଫୋଷ୍ଟର୍ + ପାର୍ଟନର୍ସ ସହିତ ଏହାର ସହଯୋଗ ମୂର୍ତ୍ତିକଳାତ୍ମକ ରୂପ, ସାମଗ୍ରୀର ଗୁଣବତ୍ତା ଏବଂ ପ୍ରତ୍ୟେକ ବିବରଣୀ ପ୍ରତି ଧ୍ୟାନ ଦେବାର ସମାନ ଗୁରୁତ୍ୱକୁ ଏକ ନୂତନ ବିଶ୍ୱସ୍ତରୀୟ ଆକର୍ଷଣ ଆଡ଼କୁ ନେଇଯାଉଛି, ଯାହା ନର୍ଟନ୍ର ଉତ୍ପାଦ ଏବଂ ଗ୍ରାହକ ପରିବେଶରେ ଏକ ସୁସଙ୍ଗତ ଦୃଷ୍ଟିକୋଣ ପ୍ରକାଶ କରୁଛି।

