ରୁଙ୍ଗ୍‌ଟା ମାଇନ୍‌ସ ପକ୍ଷରୁ ସମ୍ପ୍ରସାରଣ ଯୋଜନାର ଅଂଶ ସ୍ୱରୂପ ଢେଙ୍କାନାଳରେ ନୂଆ ଟିଏମ୍‌ଟି ଷ୍ଟିଲ୍ ବାର୍ କାରଖାନା ସ୍ଥାପନ

ଭୁବନେଶ୍ୱର: ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ର ଅଗ୍ରଣୀ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ଉତ୍ପାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ସ୍ଥିତ ନୂତନ କାରଖାନା କାର୍ଯ୍ୟକ୍ଷମ ହୋଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ଅତ୍ୟାଧୁନିକ କାରଖାନାରେ ରୁଙ୍ଗ୍‌ଟା ମାଇନ୍‌ସର ପ୍ରମୁଖ ଉତ୍ପାଦ ଷ୍ଟିଲ୍ ଟିଏମ୍‌ଟି ବାର୍‌ର ପ୍ରକ୍ରିୟାକରଣ କରାଯିବ ।
ଏହି କାରଖାନା କାର୍ଯ୍ୟକ୍ଷମ ହେବା ରୁଙ୍ଗଟା ଷ୍ଟିଲ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ କାରଣ ଛତିଶଗଡ଼, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶରେ ପ୍ରମୁଖ ବଜାରର ଆବଶ୍ୟକତା ପୂରଣ କରିବା ଲାଗି ଉଚ୍ଚ ମାନର ଷ୍ଟିଲ୍ ଟିଏମ୍‌ଟି ବାର୍ ଉତ୍ପାଦନ କରିବା ଲାଗି କଂପାନିର କ୍ଷମତାକୁ ଏହା ବଢ଼ାଇବ । ସମ୍ପ୍ରସାରିତ ସ୍ଥାନୀୟ ଭାରତୀୟ ବଜାରରେ ଗୁଣାତ୍ମକ ଇସ୍ପାତ ଚାହିଦା ପୂରଣ କରିବାରେ କଂପାନି ପାଇଁ ତାହା ସହାୟକ ହେବ ।
ରୁଙ୍ଗ୍‌ଟା ଷ୍ଟିଲ୍‌ର ବରିଷ୍ଠ ମହାପ୍ରବନ୍ଧକ ଏବଂ ବିକ୍ରି ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି) ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ଅତ୍ୟନ୍ତ ଖୁସିର ସହ ଆମେ ଢେଙ୍କାନାଳରେ ନୂତନ କାରଖାନା କାର୍ଯ୍ୟକ୍ଷମ କରିଥିବା ବିଷୟରେ ଘୋଷଣା କରୁଛୁ । ଏହି କାରଖାନା ଆମ କଂପାନିର ଏକ ପ୍ରମୁଖ ପୁଂଜିନିବେଶ ଏବଂ ପରିବେଶ ପ୍ରତି ଦାୟିତ୍ୱ ସମ୍ପନ୍ନ ହୋଇ ଉଚ୍ଚ ଗୁଣାତ୍ମକ ଟିଏମ୍‌ଟି ବାର୍ ଉତ୍ପାଦନ କରିବା ଲାଗି ଏହା ଆମ ପ୍ରତିବଦ୍ଧତାର ପରିଚୟ । ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ଥାନୀୟ ଇସ୍ପାତ ବଜାରକୁ ଯୋଗଦାନ ପ୍ରଦାନ କରିବା ଲାଗି ଆମେ ଚାହିଁରହିଛୁ ।’’
ନୂଆ ପ୍ରଯୁକ୍ତିରେ ପରିଚାଳିତ ହେବା ଲାଗି ନୂତନ କାରଖାନାକୁ ପ୍ରସ୍ତୁତ କରାଯାଇଛି ଯାହା ସବୁ ପ୍ରକାର ନିୟମକୁ ପାଳନ କରି ପରିବେଶ ଅନୁକୂଳ ଢଙ୍ଗରେ ନିରନ୍ତର ପରିଚାଳିତ ହେବ ।
ଉଚ୍ଚ ମାନର ଟିଏମ୍‌ଟି ବାର୍ ଓ ଇସ୍ପାତ ଉତ୍ପାଦନ କରିବାରେ ରୁଙ୍ଗଟା ଷ୍ଟିଲ୍‌ର ଦୀର୍ଘ ପାଂଚ ବର୍ଷରୁ ଅଧିକ ଟ୍ରାକ୍ ରେକର୍ଡ ରହିଛି ଯାହା ଏହାର ଇସ୍ପାତର ଗ୍ରେଡ୍‌, ସହନଶୀଳତା ଓ ଗଣାତ୍ମକ ମାନ ଓ ସ୍ଥିରତାକୁ ନିଶ୍ଚିତ କରୁଛି । ନୂତନ କାରଖାନା କାର୍ଯ୍ୟକ୍ଷମ ହେବା କଂପାନିର ଉତ୍ପାଦ ପୋର୍ଟଫୋଲିଓକୁ ଆହୁରି ସୁଦୃଢ଼ କରିବ ଏବଂ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଯୋଗଦାନ କରିବ ।

Share

Leave a Reply

Your email address will not be published. Required fields are marked *

three × two =