ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ସ୍ୱତନ୍ତ୍ର ଏଫ୍‌ଡିପି ଜରିଆରେ କୃଷି ଶିକ୍ଷାର ଉନ୍ନତିରେ ଅଗ୍ରଣୀ ଭୂମିକା ଗ୍ରହଣ

ସମ୍ବଲପୁର: ଭାରତର ଅନ୍ୟତମ ଅଗ୍ରଣୀ ପ୍ରିମିୟର ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଅଧିକାରୀ (ଏକ୍‌ଜିକ୍ୟୁଟିଭ୍‌)ମାନଙ୍କ ପାଇଁ ଏହାର ପରିସରରେ ଏକ ଫାକଲ୍‌ଟି ଡେଭେଲପ୍‌ମେଂଟ୍ (ଏଫ୍‌ଡିପି) ଆୟୋଜନ କରିଥିଲା । ଦୁଇଟି ପୃଥକ ବ୍ୟାଚ୍‌ରେ ୩୬ ଜଣ ମଧ୍ୟମ-କ୍ୟାରିୟରର ଫାକଲ୍‌ଟି ସଦସ୍ୟଙ୍କୁ ଏହି ଆବାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କୃଷି କ୍ଷେତ୍ରରେ ପରିବର୍ତନଶୀଳନ ମ୍ୟାନେଜମେଂଟ୍ ଶିକ୍ଷାରେ ସେମାନଙ୍କ ପେସାଦାର ଅଭିବୃଦ୍ଧି ଓ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ ମ୍ୟାନେଜମେଂଟ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଓୟୁଏଟିରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ବୃତିଗତ ଅଭିବୃଦ୍ଧି ଓ ବିକାଶକୁ ବଢ଼ାଇବା ଏଫ୍‌ଡିପିର ପ୍ରାଥମିକ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ସାଧାରଣ ପରିଚାଳନାର ମୌଳିକ ସିଦ୍ଧାନ୍ତ ଏବଂ ସ୍ୱତନ୍ତ୍ର କ୍ଷେତ୍ରରେ ଶିକ୍ଷାଗତ କୌଶଳ ବିଶେଷ କରି କେସ୍ ପଦ୍ଧତି, ଅତ୍ୟାଧୁନିକ ଗବେଷଣା ପଦ୍ଧତି ଏବଂ ନିର୍ଦ୍ଦିଷ୍ଟ ବିଷୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।
ପ୍ରଫେସର ଜୟସ୍ୱାଲଙ୍କ ମତରେ ପ୍ରତ୍ୟେକ ସଂଗଠନ ପାଇଁ ଜ୍ଞାନ ସୃଷ୍ଟି ଓ ବିକାଶ ପାଇଁ ଶିକ୍ଷାର ବ୍ୟବହାରିକ ମାର୍ଗଦର୍ଶକ ନୀତି ଉପରେ ଆଧାରିତ ବୃତିଗତ ବିକାଶ ହେଉଛି ବର୍ତମାନ ସମୟର ଆବଶ୍ୟକତା । ଏଫଡିପି ପ୍ରଶିକ୍ଷଣରେ ଏଭଳି ବିକାଶ, କାର୍ଯ୍ୟକାରିତା ସମସ୍ୟା ଏବଂ ଚିନ୍ତା ଆଦିକୁ ଅନ୍ତର୍ଭୁକ୍ତ କରାଥିଲା । ଏହାବ୍ୟତୀତ, ଡିଜିଟାଲ ପ୍ରଯୁକ୍ତିର ଆବିର୍ଭାବ ପ୍ରକ୍ରିୟାକୁ ପରିବର୍ତନ କରିବା ପାଇଁ ଅଭିନବ ପଦ୍ଧତି ଉପସ୍ଥାପନ କରୁଛି । ଏହି କାର୍ଯ୍ୟକ୍ରମକୁ କେସ୍ ଷ୍ଟଡି, ଧାରଣାଗତ ଢାଂଚା, ଗୋଷ୍ଠୀ ଆଲୋଚନା, ସହଯୋଗୀ କାର୍ଯ୍ୟକଳାପ ଏବଂ ଅନୁଭୂତିମୂଳକ ଜ୍ଞାନ ବିନିମୟକୁ ଅନ୍ତର୍ଭୁକ୍ତ କରି ବିଭିନ୍ନ ବିଷୟବସ୍ତୁରେ ବିଭକ୍ତ କରାଯଇଥିଲା ।
ପ୍ରଫେସର ଆନନ୍ଦ ହିନ୍ଦୋଳିଆ ଓ ପ୍ରଫେସର ମର୍ଲିନ୍ ନନ୍ଦୀ ଏହି ଏଫ୍‌ଡିପିର ନେତୃତ୍ୱ ନେଇଥିଲେ ଯାହା ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ସମୃଦ୍ଧ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିଥିଲା ଏବଂ ଡକ୍ଟର ରାମ ଚନ୍ଦ୍ର ଦାଶ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଷୟକୁ ନେଇ ଭିନ୍ନ ଭିନ୍ନ ଅଧିବେଶନ ଆୟୋଜନ କରାଯାଇଥିଲା ଯଥା ଶିକ୍ଷାଦାନ-ଶିକ୍ଷଣ ପଦ୍ଧତି, ଯୋଗାଯୋଗ ରଣନୀତି, ଶିକ୍ଷା ନେତୃତ୍ୱ ଏବଂ ନବସୃଜନ । ବିଶ୍ୱବିଦ୍ୟାଳୟ ପ୍ରଦର୍ଶନରେ ଉନ୍ନତି, ଶିକ୍ଷାଦାନରେ ଆଇଟିର ଭୂମିକା ଏବଂ ଶିକ୍ଷାଗତ ଉତ୍କର୍ଷ ପାଇଁ ସହଯୋଗିତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏନ୍‌ଇପି ୨୦୨୦ର ଫଳାଫଳ, କୃଷି ଶିକ୍ଷା ବିକାଶ ଅଭିଯାନ ଏବଂ ଏକ ଖୋଲା ଆଲୋଚନା ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା ।
ଏକ ଉଦଯାପନୀ ସମାରୋହ ଏବଂ ବାହ୍ୟ ପରିଦର୍ଶନ ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ଯାହା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ମତାମତ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଥିଲା ।

Share

Leave a Reply

Your email address will not be published. Required fields are marked *

4 × two =