ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ: ସେପ୍ଟେମ୍ବର ଗାଇଡଲାଇନ୍ ଆସିବା ପରେ ଶ୍ରୀମନ୍ଦିର ଉପରେ ରହିଛି ନଜର । ସପ୍ତାହନ୍ତ ସଟଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା । ଏନେଇ ଆସନ୍ତା ସପ୍ତାହରେ ମିଟିଂ ହେବ କହିଲେ ଉନ୍ନୟନ ପ୍ରଶାସନ । ଆସନ୍ତା ସପ୍ତାରରେ ମିଟିଂ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ । ଶନିବାର, ରବିବାର ଦର୍ଶନ ଅନୁମତି ମିଳିବ କି ନାହିଁ ମିଟିଂରେ ନିଷ୍ପତ୍ତି ନିଆଯିବ । ସପ୍ତାହନ୍ତ ସଟଡାଉନ ପାଇଁ ଶନି, ରବି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ସେପ୍ଟେମ୍ବର ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା । ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା । ତେବେ ଗଣେଷ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା ରହିବ ବୋଲି ଉନ୍ନୟନ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 1 =