ପ୍ରକାଶ ପାଇଲା ଆଇସିସି ଟେଷ୍ଟ ବ୍ୟାଟିଂ ଓ ବୋଲିଂ ମାନ୍ୟତା

ଦୁବାଇ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ୯୧୬ ପଏଣ୍ଟ ସହ ଆଇସିସି ଟେଷ୍ଟ ମାନ୍ୟତାର ନଂ୧ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ । ସେ ୯୦୧ ପଏଣ୍ଟ ପାଇଛନ୍ତି ।
ଭାରତ ବିପକ୍ଷ ସିରିଜ ଆରମ୍ଭ ବେଳକୁ ରୁଟ୍ ବିଶ୍ବ ମାନ୍ୟତାର ୫ମ ସ୍ଥାନରେ ଥିଲେ । ମାତ୍ର ଭାରତ ସହ ଖେଳାଯାଉଥିବା ଟେଷ୍ଟ ସିରିଜରେ ଲଗାତାର ୩ଟି ଶତକ ପରେ ସେ ନଂ୧ ସ୍ଥାନରେ ପହଞ୍ଚିଛନ୍ତି । ନିକଟରେ ସମାପ୍ତ ୩ୟ ଟେଷ୍ଟରେ ସେ ୧୨୧ ରନ କରିଥିଲେ ।
ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୭୭୩ ପଏଣ୍ଟ ସହ ତାଲିକାର ୫ମ ସ୍ଥାନରେ ଅଛନ୍ତି । ଚଳିତ ସିରିଜରେ ଭଲ ପ୍ରଦର୍ଶନ ପାଇଁ ତାଙ୍କ ମାନ୍ୟତାରେ ଉନ୍ନତି ହୋଇଛି । ଅନ୍ୟପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଅଧିନାୟକ ବିରାଟ କୋହଲି ୭୬୬ ପଏଣ୍ଟ ସହ ତାଲିକାର ୬ଷ୍ଠ ସ୍ଥାନକୁ ଖସିଯାଇଛନ୍ତି । ତାଙ୍କ ତଳକୁ ରହିଛନ୍ତି ପାକିସ୍ତାନର ବାବର ଆଜମ । ଅନ୍ୟପକ୍ଷରେ ପାଟ୍ କମିନ୍ସ ବୋଲିଂ ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ୨ୟ ସ୍ଥାନରେ ଅଛନ୍ତି ଭାରତର ଆର. ଅଶ୍ବୀନ ।

Share

Leave a Reply

Your email address will not be published. Required fields are marked *

4 × one =