ସ୍ଵାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ସାହାଯ୍ୟ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: ସ୍ଵାମୀଙ୍କ ମୃତ୍ୟୁ ପରେ ବୃଦ୍ଧା ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ।ରବିବାର ରାତିରେ ଟ୍ରେନ ଯାତ୍ରା ସମୟରେ ବୃଦ୍ଧାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଟ୍ରେନ୍ ଖୋର୍ଦ୍ଧା ନିକଟରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଅରୁଣ ମୁଖାର୍ଜୀ (୭୨) କୋଭିଡ୍ କାରଣରୁ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।ବୃଦ୍ଧ ଦମ୍ପତି ବିହାରର ଜମାଲପୁର ନିଜ ଘରକୁ ଫେରିବା ପାଇଁ ଯଶୱନ୍ତପୁର ଭାଗଲପୁର ଟ୍ରେନରେ ଚଢ଼ି ଯାଇଥିଲେ । ସେମାନେ ବାଙ୍ଗାଲୋରରେ ଥିବା ତାଙ୍କ ପୁଅ ଘରୁ ଫେରୁଥିଲେ ।ବିହାରର ମୁଙ୍ଗେରରେ ନିଜର ବ୍ୟବସାୟ କରୁଥିବା ଅରୁଣ ମୁଖାର୍ଜୀ ହଠାତ୍ ଅସୁସ୍ଥ ହୋଇପଡ଼ି ଥିଲେ । ଯାହା ଫଳରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା ।

ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କୁ କୌଣସି ସାଥୀ ଯାତ୍ରୀ ସାହାଯ୍ୟ ପାଇଁ ହାତ ନ ବଢାଇବା ପରେ ତାଙ୍କ ପତ୍ନୀ ଉତ୍ତରା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢି ଯାଇଥିଲା । ଉତ୍ତରାଙ୍କ କହିବା ଅନୁଯାୟୀ,”ଆମ ସଂରକ୍ଷିତ ବିଭାଗରେ ଥିବା ଅନେକ ଯାତ୍ରୀ ଏହାକୁ ବିରୋଧ କରି ରେଳ କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଷ୍ଟେସନରେ ଛାଡିବାକୁ କହିଥିଲେ । ଖୋର୍ଦ୍ଧା ଠାରୁ ମାତ୍ର ୩ ଘଣ୍ଟା ଦୂରରେ ଥିବା ଖରଗପୁର୍ ପର୍ଯ୍ୟନ୍ତ ଆମକୁ ଯାତ୍ରା କରିବାକୁ ଆମକୁ ଅନୁମତି ଦେବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ କିନ୍ତୁ ସେମାନେ ଏଥି ପ୍ରତି ଧ୍ୟାନ ଦେଇ ନାହାଁନ୍ତି ବୋଲି ଉତ୍ତରା କହିଛନ୍ତି ।ଓଡ଼ିଶାରେ ସପ୍ତାହକ ସଟ ଡାଉନ୍ ସମୟରେ ନିକଟସ୍ଥ କୌଣସି ପରିଚିତ ନଥିବା ସମୟରେ ସେ ତାଙ୍କ ମୃତ ସ୍ଵାମୀଙ୍କ ସହ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ।

ତେବେ ଟ୍ୱିଟର ଏକ ସ୍ବେଚ୍ଛାସେବୀ ସଂସ୍ଥା ଇଣ୍ଡିଆ କେୟାରସ୍ ତାଙ୍କ ଅସୁବିଧା ବିଷୟରେ ଜାଣିଥିଲେ ଏବଂ ସାହାଯ୍ୟ ପାଇଁ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଅନୁରୋଧ କରିଥିଲେ ।ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ କହିବା ଅନୁଯାୟୀ, ଓଡ଼ିଶା ପୋଲିସ୍ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ବିଳମ୍ବିତ ରାତି ହୋଇଥିବାରୁ ଖୋର୍ଦ୍ଧା ଡାକ୍ତରଖାନାରେ ଶରୀରର ପୋଷ୍ଟମର୍ଟମ କରିବାକୁ ମନା କରି ଦେଇଥିଲେ ।”ମୁଁ ଜିଲ୍ଲା କଲେକ୍ଟରଙ୍କୁ ପୋଷ୍ଟମର୍ଟମ ନିମନ୍ତେ ଅନୁରୋଧ କରିଥିଲି । ଯିଏ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପୋଷ୍ଟମର୍ଟମରେ ସାହାଯ୍ୟ କରିବାକୁ କହିଥିଲେ ।ଆମେ ଏହା ମଧ୍ୟ ସୁନିଶ୍ଚିତ କରିଛୁ ଯେ ତାଙ୍କୁ ଯେପରି କୌଣସି ଅସୁବିଧାର ସାମ୍ନା କରିବେ ନାହିଁ । ଏବଂ ତାଙ୍କ ପରିବାର ସଦସ୍ୟ ଓଡ଼ିଶାରେ ପହଞ୍ଚିବା ପର୍ଯ୍ୟନ୍ତ ବୃଦ୍ଧା ମହିଳାଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଅମିତାଭ ଠାକୁର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − six =