ଓଡିଶାରେ ଜୁନରେ ଭଲ ବର୍ଷା ହେବ

ଓଡିଶାରେ ଜୁନରେ ଭଲ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ପ୍ରବେଶ କରିବ । ସାଧାରଣତଃ ଜୁନ 12 ରୁ 15 ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । ଚଳିତବର୍ଷ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଥିବାରୁ ଓଡିଶାକୁ ଠିକ୍ ସମୟରେ ଆସିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ ମାସରେ ଓଡିଶାରେ ଭଲ ବର୍ଷା ହେବ ଏବଂ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି । ତେବେ କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଭାଗରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

20 + 20 =