ସରକାରୀ ଯୋଜନାର ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ ଜଗିବ ‘ପିଠା’

ଭୁବନେଶ୍ବର () ପ୍ରଶାସନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସାଙ୍ଗକୁ ସ୍ବଚ୍ଛତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନୂଆ ଯୋଜନା ଘୋଷଣା କରିଛନ୍ତି ପିଠା । ଜନ ସଶକ୍ତିକରଣ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି ।

ରାଜ୍ୟ ସରକାରଙ୍କ ଥ୍ରୀ-ଟି – ଟେକ୍ନୋଲୋଜି, ଟ୍ରାନପାରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶ ବିଶେଷ ହେବ ପିଠା ।  ସମସ୍ତ ସରକାରୀ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଯୋଜନା ଏବଂ ସାମାଜିକ ଯୋଜନାରେ ସ୍ବଚ୍ଛତା ବୃଦ୍ଧି ହିଁ ଏହାର ଏହାର ମୁଖ୍ୟ ଲକ୍ଷ୍ୟ । ଆମ ଗାଁ ଆମ ବିକାଶ ଯୋଜନାର ଏକ ଉପ ଯୋଜନା ଭାବେ କାର୍ଯ୍ୟ କରିବ ପିଠା ।

ଚଳିତ ଡିସେମ୍ବର ମାସରୁ ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ସବୁ ପଂଚାୟତ ସ୍ତରରେ କ୍ୟାମ୍ପ ଆୟୋଜିତ ହେବ । ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ ଯୋଜନା, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସେମାନଙ୍କ ସୁବିଧା ସୁଯୋଗର ଆବଣ୍ଟନ କହାଯିବ । ଏଥିସହିତ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଯୋଜନା ଓ ଉଦ୍ୟମ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ ।

ବ୍ଲକ ସ୍ତରରେ ପର୍ଯ୍ୟବେକ୍ଷକମାନେ ଏହି ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବେ ଏବଂ ସ୍ବେଚ୍ଛାସେବୀମାନେ ଏହାର କାର୍ଯ୍ୟକାରିତାରେ ସହଯୋଗ କରିବେ । ପିଠାର ଆୟୋଜନ ପାଇଁ ସବୁ ବ୍ଲକରେ ଗୋଟିଏ ଶ୍ରେଷ୍ଠ ପଂଚାୟତକୁ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସବୁ ପଂଚାୟତରେ ସଚେତନତା କ୍ୟାମ୍ପର ଆୟୋଜନ ପରେ ଜିଲ୍ଲା ସ୍ତରରେ ସବୁ ଜିଲ୍ଲାର ଗୋଟିଏ ଶ୍ରେଷ୍ଠ ପଂଚାୟକୁ ପୁରସ୍କୃତ କରାଯିବ । ରାଜ୍ୟ ସ୍ତରରେ ମଧ୍ୟ ଏହି କ୍ୟାମ୍ପର ଆୟୋଜନ ପାଇଁ ଶ୍ରେଷ୍ଠ ବ୍ଲକ ଓ ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ବତନ୍ତ୍ର ପାଣ୍ଠି ଦ୍ବାରା ପୁରସ୍କୃତ କରାଯିବ ।

ପ୍ରତି ମାସ ଶ୍ରେଷ୍ଠ ପଞ୍ଚାୟତ କୁ ମିଳିବ ୫ଲକ୍ଷ ଟଙ୍କା ମିଳିବ ପୁରଷ୍କାର ରାଷି ।ମଧୁବାବୁ ପେନସନ୍ ଯୋଜନା ଠାରୁ ଆରମ୍ଭ କରି ମିଶନ ଶକ୍ତି ଯାଏ ଆମ ଏଲଇଡି ଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ଯୋଜନା  କୁ ଲୋକଙ୍କ ପହଞ୍ଚିବା ଏହି ଯୋଜନା ର ମୁଖ୍ୟ ଉଦ୍ୟଶ୍ୟ ।

Share

Leave a Reply

Your email address will not be published. Required fields are marked *

four × 1 =