ନୟାଗଡକୁ ଗଡିଲା ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର() ଆଜି ନୟାଗଡ ପାଇଁ ଏକ ଐତିହାସିକ ଦିନ । ଆଜିଠାରୁ ଭୁବନେଶ୍ୱରରୁ ନୟାଗଡକୁ ସିଧାସଳଖ ଗଡିବ ସେବା ଏକ ଏକ୍ସପ୍ରେସ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ପିଉସ ଗୋଏଲ ଆଜି ଦିଲ୍ଲୀଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନ ଉସôବୋର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡ. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ । ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଏହି ଉପଲକ୍ଷେ ଏକ ଉସôବର ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଇଥିଲେ । ଏହି ଟ୍ରେନ ଭୁବନେଶ୍ୱରୁ ସନ୍ଧ୍ୟା ୬.୪୦ରେ ବାହାରି ୮.୪୫ରେ ନୟାଗଡରେ ପହଂଚିବ ଏବଂ ନୟାଗଡରୁ ସକାଳ ୬.୩୦ରେ ବାହାରି ଭୁବନେଶ୍ୱରରେ ୯ ବେଳେ ପହଂଚିବ ।

Share

Leave a Reply

Your email address will not be published. Required fields are marked *

3 + 13 =