ଆଜିଠୁ ଜୁଲାଇ ୨୧ ଯାଏଁ ଖୋଲା ରହିବ ସାବରିମାଲା ମନ୍ଦିର

ଥିରୁବନ୍ତପୁରମ୍‌: ପାରମ୍ପରିକ ୫ ଦିନିଆ ମାସିକ ପୂଜନ ପାଇଁ ଆଜିଠୁ ଜୁଲାଇ ୨୧ ପର‌୍ୟ୍ୟନ୍ତ ଖୋଲିବ କେରଳର ସବରିମାଲାରେ ଭଗବାନ ଅୟପ୍ପାଙ୍କ ମନ୍ଦିର । ଟୀକାକରଣ ଉଭୟ ଡୋଜ ନେଇଥିବା ଏବଂ ଆରଟିପିସିଆର ଟେଷ୍ଟ ନେଗେଟଭ ରିପୋର୍ଟ ସହିତ ୫ ହଜାର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ମନ୍ଦିରକୁ ପ୍ରବେଣ ପାଇଁ ୪୮ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟମୂଳକ ଏହାସହିତ ଅନଲାଇନ ବୁକିଂ କରି ମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ ।

ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି କି, ସବରିମାଲା ମନ୍ଦିରରେ ସେହି ମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ଯଉଁମାନେ କରୋନାର ଦୁଇଟି ଡୋଜ ଟୀକା ନେଇଥିବେ ଏବଂ ଆରଟିପିସିଆର ରିପୋର୍ଟ ନେଗେଟିଭ ଥିବ ।

Share

Leave a Reply

Your email address will not be published. Required fields are marked *

fourteen − seven =