ଜେଲ ଭିତରେ ପୁଞ୍ଜିଲାଲର ଆତଙ୍କରାଜ

ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ ମେହେର ଗିରଫ ହୋଇ ପାଟଣାଗଡ ଜେଲରେ ରହିବା ପରେ ମଧ୍ୟ ସେ ଅନୁତାପ କରିବା ପରିବର୍ତ୍ତେ ଭୟଙ୍କର ଖେଳ ଖେଳିବା ପାଇଁ ଉଦ୍ୟମ କରିଛି । ଜେଲରେ କିଛି ଦୁର୍ଦାନ୍ତ ଡକାୟତଙ୍କ ସହ ମିଶି ଜେଲରୁ ଖସିଯିବା ପାଇଁ ଉଦ୍ୟମ କରି ଶେଷରେ ପୁଞ୍ଜିଲାଲ ବିଫଳ ହୋଇଛି । ଜେଲ କର୍ତୃପକ୍ଷଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଷଡଯନ୍ତ୍ରରେ ସାସିଲ ଥିବା ୬ଡକାୟତଙ୍କ ସମେତ ପୁଞ୍ଜିଲାଲର ଷଡଯନ୍ତ୍ର ଧରାପଡିଛି । ଏସମ୍ପର୍କରେ ପୋଲିସ ଡିଜି ଡାକ୍ତର ଆରପି ଶର୍ମା ଜେଲ କର୍ତୃକକ୍ଷଙ୍କ ଠାରୁ ରିର୍ପୋଟ ତଳବ କରିଛନ୍ତି । ଖବର ଅନୁଯାୟୀ ଧରାପଡିବା ପରେ ପୁଞ୍ଜିଲାଲ ଜେଲ ଅଧିକ୍ଷକଙ୍କ ଠାରୁ ମୋବାଇଲ ଛଡାଇନେଇ ତାଙ୍କୁ ଓ ଜେଲରଙ୍କୁ ସେଲ ଭିତରେ ବନ୍ଦ କରି ରଖିଥିଲା । ଏବଂ କଏଦୀ ମାନଙ୍କୁ ଫେରାର ହୋଇଯିବା ପାଇଁ ଉସକାଇ ଥିଲା । ବର୍ତମାନ ଜେଲ ଭିତରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଛି । ୬୦ରୁ ଉଦ୍ଧ୍ୱର୍ କଏଦୀ ଅନଶନରେ ବସିଛନ୍ତି ବୋଲି ଖବର ମିଳିଛି । ଉଚ୍ଚପଦସ୍ତ ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।

ଏମାନଙ୍କ ଦାବି ହେଉଛି, ଆମକୁ ପାଟଣାଗଡ଼ ଜେଲ୍ରେ ଦୁର୍ବ୍ୟବହାର କରାଯାଉଛି । ହଇରାଣ କରାଯାଉଛି । ତେଣୁ ଆମକୁ ଏଠାରୁ ବଲାଙ୍ଗିର ଜେଲ୍କୁ ପଠାଇ ଦିଆଯାଉ । ଆଜି ସକାଳେ ଏସବୁ କଥାକୁ ନେଇ ଜେଲ୍ କର୍ମଚାରୀଙ୍କ ସହ ପୁଞ୍ଜିଲାଲ ଓ ଅନ୍ୟ ଅପରାଧୀଙ୍କର ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ହୋଇଥିବା କୁହାଯାଉଛି । ସେତିକିବେଳେ ଜେଲ୍ ଓ୍ଵାର୍ଡ଼ର ସାଇରନ୍ ବଜାଇଥିଲେ । ବେଶ୍ କିଛି ସମୟ ଧରି ହଙ୍ଗାମା ଚାଲିଥିଲା । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ପୁଞ୍ଜିଲାଲ କିଛି ଡକାୟତଙ୍କୁ ସାଥୀ କରି ଜେଲ୍ରୁ ଫେରାର ହୋଇଯିବା ଲାଗି ଷଡ଼ଯନ୍ତ୍ର କରୁଥିଲା । ତେବେ ଏକଥାକୁ ଜେଲ୍ ଅଧିକାରୀ ଅସ୍ୱୀକାର କରିଛନ୍ତି । ଅବଶ୍ୟ ଏମାନେ ପାଟଣାଗଡ଼ ଜେଲ୍ରୁ ବଲାଙ୍ଗିର ଜେଲ୍କୁ ସ୍ଥାନାନ୍ତର ହେବାକୁ ଚାହୁଁଥିବା କଥାକୁ ସେ ସ୍ୱୀକାର କରିଛନ୍ତି ।
ଗତ ବର୍ଷ ଫେବ୍ରୁଆରୀ ୧୮ରେ ପାଟଣାଗଡ଼ର ସୌମ୍ୟ ଶେଖରଙ୍କ ସହିତ ରିମାଙ୍କର ବିବାହ ହୋଇଥିଲା । ଏହାର ପାଞ୍ଚ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୩ ତାରିଖ ଦିନ ସେମାନଙ୍କ ବିବାହ ଭୋଜିରେ ଆସିଥିବା ଏକ ଉପହାର ପାର୍ସଲ ଖୋଲାଯିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଓ କ୍ରାଇମ୍ବ୍ରାଞ୍ଚ ଅନେକ ଖୋଳତାଡ଼ କରି ପୁଞ୍ଜିଲାଲକୁ ଗିରଫ କରିଥିଲେ । କାରଣ ଏହି ପାର୍ସଲ ବୋମାର ସେ ହିଁ ମାଷ୍ଟର ମାଇଣ୍ଡ ଥିଲା
ବଲାଙ୍ଗିର ଜିଲ୍ଲା ଭଇଁସା କଲେଜରେ ସୌମ୍ୟ ଶେଖରଙ୍କ ମା ଓ ପୁଞ୍ଜିଲାଲ ଉଭୟ ଅଧ୍ୟାପକ ଥିଲେ । ତେବେ ପୁଞ୍ଜିଲାଲଙ୍କ ଜାଗାରେ ସୌମ୍ୟ ଶେଖରଙ୍କ ମା’ଙ୍କୁ କଲେଜ ପ୍ରିନସିପାଲ ପଦବି ଦିଆଯିବା ପରେ ସେ ଈର୍ଷାନ୍ଵିତ ହୋଇ ଏଭଳି ଜଘନ୍ୟକାଣ୍ଡ ପୁଞ୍ଜିଲାଲ ଘଟାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା । ତା ଠାରୁ ପାର୍ସଲ ବୋମା ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ସବୁ ଜବତ କରାଯାଇଥିଲା । ପୁଞ୍ଜିଲାଲ ଇଣ୍ଟନେଟ୍ରୁ ପାର୍ସଲ ବୋମା ତିଆରି କୌଶଳ ଶିଖି ତାକୁ ସୌମ୍ୟ ଶେଖରଙ୍କ ବାହାଘର ଭୋଜିରେ ଭେଟି ଦେଇଥିଲା । ସେଇ ଭେଟି ଶେଷ କରି ଦେଇଥିଲା ଦୁଇ ଦୁଇଟି ଜୀବନ । ଏହି ମାମଲାର ଏବେଯାଏ ଶୁଣାଣି ଚାଲିଛି ।

Share

Leave a Reply

Your email address will not be published. Required fields are marked *

13 − five =