ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରେୟଟର୍ସ ଫଟୋ ପତ୍ରକାର ଦାନିଶ ସିଦ୍ଦିକଙ୍କ ହତ୍ୟା କରାଯାଇଛି । ଦାନିଶ ସିଦ୍ଦିକୀ ଆଫଗାନିସ୍ତାନରେ ବର୍ତମାନର ସ୍ଥିତି କଭର କରିବା ପାଇଁ କିଛିଦିନ ହେବ ସେଠାରେ ରହିଥିଲେ । ଦାନିଶ ସିଦ୍ଦିକୀ ଦିଲ୍ଲୀରେ ରୁହନ୍ତି । ଆଫଗାନିସ୍ତାନ ସମାଚାର ଏଜେନ୍ସିରୁ ଏହି ସୂଚନା ମିଳିଛି । ଦାନିଶଙ୍କ ହତ୍ୟା କାନ୍ଧାର ପ୍ରାନ୍ତ ସ୍ପିନ ବୋଲ୍ଡକ ଅଂଚଳରେ ହୋଇଛି । କହିରଖୁଛୁ ସେଠାରେ ଆମେରିକା ସୈନିକ ଫେରିବା ପରେ ବ୍ୟାପକ ହିଂସା ଜାରି ରହିଛି । ସିଦ୍ଦିକୀ ଗତ କିଛି ଦିନ ଧରି ସେଠାରେ କିଭଳି ପରିସ୍ଥିତି ରହିଛି ସେ ନେଇ କଭରେଜ କରିବା ପାଇଁ ସେଠାକୁ ଯାଇଥିଲେ । ସେ ନିଜ କ୍ୟାରିଅର ଆରମ୍ଭ ଜଣେ ଟିଭି ରିପୋର୍ଟର ଭାବରେ କରିଥିଲେ ଓ ପରେ ଫଟୋ ଜର୍ଣ୍ଣାଲିଷ୍ଟ ହୋଇଥିଲେ । ଦାନିଶ ସିଦ୍ଦିକୀ ୨୦୧୮ରେ ନିଜ ସହଯୋଗୀ ଅଦନାନ ଆବିଦିଙ୍କ ସହିତ ପୁଲିତଜର ପୁରସ୍କାର ପାଇଥିଲେ । ସେତେବେଳେ ସେ ପୁଲିତଜର ପୁରସ୍କାର ବିଜେତା ପ୍ରଥମ ଭାରତୀୟ ବନିଥିଲେ । ଦାନିଶ ରୋହିଜ୍ଞା ଶରଣାର୍ଥୀ ସଂକଟକୁ ବି କଭର କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven + 18 =