ମେ ୨୫ରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ()  କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ କରିଛନ୍ତି । ଏନେଇ ସମସ୍ତ ଟ୍ରେନ ଚାଳାଚଳ ଓ ବିମାନ ଉଡ଼ାଣ ବନ୍ଦ ଥିଲା । କିନ୍ତୁ ଏହାରି ମଧ୍ୟରେ ମେ ୨୫ ରୁ ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଏନେଇ ସୂଚନା ଦେଇଛନ୍ତି । ସବୁ ବିମାନବନ୍ଦର ଓ ବିମାନ କମ୍ପାନୀଙ୍କୁ ଜଣାଇ ଦିଆଯାଇଛି ।
ସେହିପରି ଗତକାଲି ଜୁନ ୧ରୁ ସାରା ଦେଶରେ ଟ୍ରେନ ଗଡ଼ିବ ବୋଲି ସୂଚନା ମିଳିଥିଲା । ଜୁନ୧ରୁ ସାଧାରଣ ଲୋକଙ୍କ ପାଇଁ ୨୨ଟି ବିନା ଏସି ଟ୍ରେନ୍ ଚାଲିବ । ଏସଏଲ କୋଚ୍ ଓ ଚେୟାର କାର ଟ୍ରେନ ଚାଲିବ ବୋଲି ଜଣାପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

12 + seven =