ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ

ଭୁବନେଶ୍ୱର: ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ନୟାପଲ୍ଲୀ ପୁଲିସ୍ ସହାୟତାରେ ଏହି ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ଘରୋଇ କାମ ପାଇଁ ଏହି ଛୋଟ ଝିଅଟିକୁ ବ୍ରହ୍ମପୁରର ଏକ ଗାଁରୁ ଗତବର୍ଷ ନଭେମ୍ବର ମାସରେ ଅଣାଯାଇଥିଲା। ତାର ବାପା ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ମା’ ଘରୋଇ ସହାୟିକା ଭାବେ କାମ କରନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି କି, ଏହି ଜିଲ୍ଲାପାଳଙ୍କ ପୁଅ ହାଇଦ୍ରାବାଦରେ ଏକ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଝିଅ ଏକ ଇଂଲିସ ମିଡିୟମ ସ୍କୁଲ ଚଳଉଛନ୍ତି । ଏତେବଡ଼ ଶିକ୍ଷିତ ପରିବାର ହୋଇ ମଧ୍ୟ ଏଭଳି ଶିଶୁ ଶ୍ରମିକ ପ୍ରଥାକୁ ଆଶ୍ରୟ ଦେବା ସାଧାରଣରେ ନିନ୍ଦା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − four =